Categories: ଜାତୀୟ

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ଭୋଜପୁରୀ ଷ୍ଟାର ମନୋଜ ତିୱାରୀ ଏକ ହେଲିକପ୍ଟରରେ ଯିବା ସମୟରେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଏହାପରେ ଏହି ହେଲିକପ୍ଟକୁ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, ଗୁରୁବାର ମନୋଜ ସକାଳ ପ୍ରାୟ ୧୦ଟା ୫୦ରେ ପାଟନା ବିମାନ ବନ୍ଦରରୁ ନିର୍ବାଚନ ପ୍ରଚାର ଲାଗି ଏକ ହେଲିକ୍ଟରରେ ବେତିଆ ବାହାରିଥିଲେ । ହେଲେ ହେଲିକପ୍ଟରଟି ବେତିଆ ପହଞ୍ଚିବା ପୂର୍ବରୁ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା ଫଳରେ ଏହାର ରେଡିଓ ସମ୍ପର୍କ ଛିନ୍ନ ହୋଇଥିଲା । ଯାହା ଫଳରେ ଏହା ବେତିଆ ନ ପହଞ୍ଚି ପୁଣିଥରେ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହେଲିକପ୍ଟରଟି ଫେରିଆସିଥିଲେ ମଧ୍ୟ ଏହାର ଏୟାର ଟ୍ରାଫିକ୍ କଣ୍ଟୋଲ୍ ସହ ଯୋଗାଯୋଗ ହୋଇ ନ ପାରିବାରୁ ଆକାଶରେ କିଛି ସମୟ ପାଇଁ ଉଡନ୍ତା ଅବସ୍ଥାରେ ରହିଥିଲା ମନୋଜଙ୍କ ହେଲିକପ୍ଟର ।

Share