Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ବର୍ଷିଲେ ନିଶିକାନ୍ତ, କହିଲେ ଖାର୍ଗେଙ୍କ ଦଳ ସମସ୍ତଙ୍କୁ କୁକୁର ଭାବୁଛନ୍ତି

ନୂଆଦିଲ୍ଲୀ,୨୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହରେ ଉତ୍ତେଜନା ଦେଖାଦେଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ ହୋଇଛି। ତେବେ ବିବାଦୀୟ ମନ୍ତବ୍ୟ ପାଇଁ ଖାର୍ଗେ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି।
ଏଥିସହ ଲୋକ ସଭାରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି
ଖାର୍ଗେ ସାହେବଙ୍କ ଦଳ ସମସ୍ତଙ୍କୁ କୁକୁର ବୋଲି ମାନନ୍ତି। ମୋର ଅଜା ମଧ୍ୟ ଜଣେ କଂଗ୍ରେସ କର୍ମୀ ଏବଂ ସ୍ବାଧୀନତା ସଂଗ୍ରାମ ସମୟରେ ପ୍ରାୟ ୫ବର୍ଷ ଜେଲରେ ରହିଥିଲେ। ଯେଉଁମାନେ କିଛି ଜାଣନ୍ତି ନାହିଁ ସେମାନେ ଏପରି କଥା କୁହନ୍ତି। ଆଜି ପର୍ଯ୍ୟନ୍ତ କଂଗ୍ରେସ ସମସ୍ତଙ୍କୁ କୁକୁର ବୋଲି ବିବେଚନା କରିଛି ବୋଲି ଏମ୍‌ପି କହିଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟ ସଭାରେ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ବିବୃତ୍ତିକୁ ନେଇ କହିଛନ୍ତି, ମୁଁ ଯାହା କହିଥିଲି, ସଂସଦ ବାହାରେ କହିଥିଲି।

Share