ଶ୍ରୀନଗର,୭ ।୧: ପିଡିପି ମୁଖ୍ୟ ମେହେବୁବା ମୁଫତି ଜମ୍ମୁ-କଶ୍ମୀର ସ୍ଥାୟୀ ଶାନ୍ତି ପାଇଁ କଥାବାର୍ତ୍ତା ସମାଧାନ ବାଟ ବୋଲି କହିବା ସହ ଶନିବାର କହିଛନ୍ତି ଯେ କୌଣସି ଦେଶ ଯେତେ ଶକ୍ତିଶାଳୀ ହେଉନା କାହିଁକି ନିଜ ଜନତାଙ୍କ ବିରୋଧରେ ଯୁଦ୍ଧ ଆଦୌ ଜିତି ପାରିବ ନାହିଁ । ମେହେବୁବା ମୁଫତି ବେଜବେହରାରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରି ଏହି କଥା କହିଛନ୍ତି ।
ନିଜ ପିତା ତଥା ପିଡିପି ସଂସ୍ଥାପକ ମୁଫତି ମହମ୍ମଦ ସୈୟଦଙ୍କ ୭ମ ପୁଣ୍ୟତିଥି ସମାରୋହରେ ପାର୍ଟିର ର୍କମୀଙ୍କୁ ସମ୍ବୋଧନ ଦେବା ଅବସରରେ ମେହେବୁବା ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପିଡିପି ମୁଖ୍ୟ କହିଛନ୍ତି କେନ୍ଦ୍ରର ମୋଦି ସରକାର ୨୦୧୯ରେ ଜମ୍ମୁ-କଶ୍ମୀରର ପରିଚୟ ଧ୍ୱଂସ କରିଦେଇଛନ୍ତି, ଆଉ ଆଗକୁ ଯଦି ଏମାନଙ୍କୁ ରୋକା ନ ଯାଏ ତେବେ ଭାଜପା ଜମ୍ମୁ-କଶ୍ମୀରର ପରିଚୟ ନଷ୍ଟ କରିଚାଲିଥିବ । ଏପରିକି ଆଗାମୀ ଦିନରେ ଜାତୀୟ ପତାକା ସ୍ଥାନରେ ଭାଜପା ଗେରୁଆ ପତାକା ଉଡାଇବ ବୋଲି ମେହେବୁବା କହିଛନ୍ତି।