Categories: ଜାତୀୟ

ଆଖି ବୁଜିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପ୍ରଶଂସକ

ହାଇଦ୍ରାବାଦ୍‌,୧୧।୧୦: ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁପରଫ୍ୟାନ୍‌ ବୁସା କୃଷ୍ଣଙ୍କର ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପ କୃଷ୍ଣ ନାମରେ ଜଣାଶୁଣା ବୁସା ଗତ ବର୍ଷ ଟ୍ରମ୍ପଙ୍କ ଜନ୍ମଦିନରେ ତାଙ୍କର ୬ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ। ତେଲେଙ୍ଗାନାରେ ରହୁଥିବା କୃଷ୍ଣ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିକୁ କ୍ଷୀରରେ ଅଭିଷେକ ମଧ୍ୟ କରିଥିଲେ। ସେ ସବୁବେଳେ ଟ୍ରମ୍ପର ଫଟୋ ପାଖରେ ରଖୁଥିଲେ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ପ୍ରାର୍ଥନା କରୁଥିଲେ। ସେ ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଥିଲେ। ଏକଥା ସେ ସରକାରଙ୍କୁ ଜଣାଇଥିଲେ। ତେଲେଙ୍ଗାନାର ଜଙ୍ଗୋନ ନିବାସୀ ବୁସା କୃଷ୍ଣ ଟ୍ରଙ୍କ ପାଇଁ ଏତେ ପାଗଳ ଥିଲେ ଯେ ଗ୍ରାମବାସୀ ତାଙ୍କୁ ଟ୍ରମ୍ପ କୃଷ୍ଣ ଡାକିବା ଆରମ୍ଭ କରିଥିଲେ। ଲୋକମାନେ ତାଙ୍କ ଘରକୁ ଟ୍ରମ୍ପ ଘର କହୁଥିଲେ। ଗତ ବର୍ଷ ଏକ ସାକ୍ଷାତକାରରେ ବୁସା କହିଥିଲେ ଯେ ମୁଁ ଚାହୁଁଛି ଭାରତ-ଆମେରିକା ସମ୍ପର୍କ ସବୁବେଳେ ମଜବୁତ ହେଉ।

Share