ଭୁବନେଶ୍ୱର,୮।୭: କାନାରା ରୋବେକୋ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘କାନାରା ରୋବେକୋ ମଲ୍ଟି କ୍ୟାପ୍ ଫଣ୍ଡ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନୂତନ ଫଣ୍ଡ୍ ଅଫର ବିଭିନ୍ନ ବଜାର ପୁଞ୍ଜୀକରଣର କମ୍ପାନୀଗୁଡ଼ିକରେ ନିବେଶ କରୁଛି। ଏପରିକି ଏହାର ପୋର୍ଟଫୋଲିଓର ସକ୍ରିୟ ପରିଚାଳନା ଉତ୍ତମ ପ୍ରଦର୍ଶନ ସୃଷ୍ଟି କରିବାରେ ସାହାଯ୍ୟ କରିପାରେ ଏବଂ ବହୁମୁଖୀକରଣ ସାମଗ୍ରିକ ପୋର୍ଟଫୋଲିଓ ରିସ୍କ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ନୂଆ ଫଣ୍ଡ୍ ଅଫରର ଅବଧି ୨୦୨୩ ଜୁଲାଇ ୨୧ ପର୍ଯ୍ୟନ୍ତ ରହିଛି। ଏ ସମ୍ପର୍କରେ କାନାରା ରୋବେକୋ ମ୍ୟୁଚୁଆଲ ଫଣ୍ଡର ସିଇଓ ରଜନୀଶ ନରୁଲା କହିଛନ୍ତି, କାନାରା ରୋବେକୋ ମଲ୍ଟି କ୍ୟାପ୍ ଫଣ୍ଡ୍ ନିବେଶର ଉଭୟ ଲମ୍ପ୍ସମ୍ ଓ ଏସ୍ଆଇପି ମୋଡ୍ ମାଧ୍ୟମରେ ଦୀର୍ଘାବଧି ସମ୍ପତ୍ତିି ସୃଷ୍ଟି କରିବା ପାଇଁ ଏକ ଭଲ ସୁଯୋଗ ହୋଇପାରେ ବୋଲି ନରୁଲା ମତ ପ୍ରକାଶ କରିଛନ୍ତି।