Categories: ଜାତୀୟ

ସ୍ବଚ୍ଛ ସହର ତାଲିକାଠୁ ଦୂରରେ ରାଜଧାନୀ: ଇନ୍ଦୋର ପୁଣି ଏକ ନମ୍ବର

ନୂଆଦିଲ୍ଲୀ, ୨୦।୮: ଦେଶର ସ୍ବଚ୍ଛ ସହର ତାଲିକା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଲଗାତାର ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହର ଏକ ନମ୍ବର ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ଏବଂ ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ନଭି ମୁମ୍ବାଇ ରହିଛି। ଏନେଇ ସହରୀ ବିକାଶ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ସୂଚନା ଦେଇଛନ୍ତି। ପ୍ରଥମ ୧୦ ସ୍ଥାନରେ ରାଜଧାନୀ ଦିଲ୍ଲୀର ନାମ ନାହିଁ। ୨୦୧୬ରେ ହୋଇଥିବା ସର୍ଭେରେ ସ୍ବଚ୍ଛ ସହର ତାଲିକାରେ ମୈସୁରୀ ରହିଥିଲା। ତେବେ ୨୦୧୭, ୨୦୧୮, ୨୦୧୯ ଏବଂ ୨୦୨୦ରେ ଇନ୍ଦୋର ପ୍ରଥମ ସ୍ଥାନରେ ରହିଛି। ସହର ବିକାଶ ମନ୍ତ୍ରୀ ଇନ୍ଦୋର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରାଜ ସିଂ ଚୌହ୍ବାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଗୁଜରାଟର ସୁରଟ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ନଭି ମୁମ୍ବାଇ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କର ନାମ ମଧ୍ୟ ନେଇ ନ ଥିଲେ। ପୁରୁଣା ସହର ମଧ୍ୟରେ ଗଙ୍ଗାକୂଳରେ ଥିବା ବାରାଣାସୀକୁ ସ୍ବଚ୍ଛ ସହର ଭାବେ ତାଲିକାରେ ଦର୍ଶାଯାଇଛି। ସେହିପରି ସ୍ବଚ୍ଛ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଭାବେ ଜଳନ୍ଧର କ୍ୟାଣ୍ଟେନମେଣ୍ଟ ଏକ ନମ୍ବରରେ ରହିଛି। ନେଇ ମନ୍ତ୍ରୀ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି।

Share