Categories: ଜାତୀୟ

ଭଗତ ସିଂହ କୋଶିୟାରୀଙ୍କ ସ୍ଥାନ ନେବେ କି କ୍ୟାପଟେନ୍‌ ଅମରିନ୍ଦର: କହିଲେ…

ମୁମ୍ବାଇ,୨।୨: ମହାରାଷ୍ଟ୍ରର ରାଜ୍ୟପାଳ କିଏ ହେବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ ଅମରିନ୍ଦର ସିଂ ଗୁରୁବାର ନୀରବତା ଭାଙ୍ଗିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ମୁଁ ଏହା ବିଷୟରେ କିଛି ଜାଣି ନାହିଁ। ମୋତେ କୌଣସି ଯୋଗାଯୋଗ କରାଯାଇନାହିଁ। ଗଣମାଧ୍ୟମ ଜରିଆରେ ଏହି ବିଷୟରେ ଜାଣିବାକୁ ପାଇଛି ବୋଲି ଅମରିନ୍ଦର କହିଛନ୍ତି। ଗତ କିଛି ଦିନରୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, କ୍ୟାପଟେନ ମହାରାଷ୍ଟ୍ରର ବର୍ତ୍ତମାନର ରାଜ୍ୟପାଳ ଭଜତ ସିଂ କୋଶିୟାରୀଙ୍କ ସ୍ଥାନ ନେଇପାରନ୍ତି। ସୂଚନାଯୋଗ୍ୟ, ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ କୋଶିୟାରୀଙ୍କ ବିବାଦୀୟ ବୟାନ ପରେ ତାଙ୍କୁ ପଦରୁ ହଟାଇବାକୁ ଦାବି ଦିନକୁ ଦିନ ବଢ଼ୁଛି। ଇତିମଧ୍ୟରେ ଜାନୁଆରୀ ୨୩ରେ କୋଶିୟାରୀ ଏକ ବୟାନ ଜାରି କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ପଦବୀରୁ ମୁକ୍ତ କରନ୍ତୁ। ତାଙ୍କର ଏଭଳି ବୟାନ ପରେ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ।

Share