କଳାହାଣ୍ଡି

ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ ସମିଆରେ ସେ ଦରଦ୍‌ରେ ଛଟ୍‌ପଟ ହେଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର...

ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

କଲମପୁର,୧୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ କଲମପୁର ମଣ୍ଡିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ବିକାଶ ପରିଷଦ ସଭାପତି କୃଷ୍ଣଚନ୍ଦ୍ର ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି...

ବିଦ୍ୟୁତ୍‌ ତାର ଛିଣ୍ଡି ଅଙ୍ଗନୱାଡି କର୍ମୀ ଜଳିଯିବା ଘଟଣା: ୫ ବର୍ଷ ପରେ ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ଭବାନୀପାଟଣା,୧୬।୯(ସ୍ବ.ପ୍ର.) କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପେନସୁର ଗ୍ରାମର ଦଶମିନା ମାଝି (୪୫) ଗତ ୨୦୧୪ ଅଗଷ୍ଟ ୧୩ ତାରିଖରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିଲେ। ଅଙ୍ଗନୱାଡି କର୍ମୀ ଥିବା ଦଶମିନା କେନ୍ଦ୍ର ନିକଟରେ ଥିବା ନଳକୂପରୁ ପାଣି...

ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

କୋକସରା,୧୫।୯(ଡି.ଏନ.ଏ.):କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ମହାସଂଘର ନୂଅଁାଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ବ୍ଲକ ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଳାକାର ସଂଘ ଜିଲା ସଭାପତି ପ୍ରଦୀପ ଧଙ୍ଗଡାମାଝି ମୁଖ୍ୟଅତିଥି...

ଟାଟା ମ୍ୟାଜିକ୍‌ରୁ ୪୦ ଖଣ୍ଡ ଶାଳକାଠ ଜବତ: ମାଲିକ ଗିରଫ

ଭବାନୀପାଟଣା,୧୫।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମୂଷାନାଳ ସେକ୍ସନ ପକ୍ଷରୁ ଲାଞ୍ଜି ପଞ୍ଚାୟତ ଜାମଚୁଆଠାରେ ଚଢ଼ାଉ ହୋଇଛି। ଏଥିରେ ଟାଟା ମ୍ୟାଜିକ୍‌ରୁ ୪୦ ଖଣ୍ଡ ଶାଳକାଠ ଜବତ କରାଯାଇଛି। ଗାଡ଼ିକୁ ବନ ବିଭାଗ ଅଟକ ରଖିଥିବା ବେଳେ ମାଲିକ...

ବାର୍‌ହା ମାରିବାକୁ ଯାଇ ଶିକାରୀ ମୃତ: ପୋଲିସକୁ ନ ଜଣାଇ ମୃତଦେହ ସତ୍କାର କଲେ ଗ୍ରାମବାସୀ, ପୋଲିସର ତନାଘନା

କେସିଙ୍ଗା, ୧୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପଲମଫାଣ୍ଡି ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ରାଏଧୁନିପଦର ଗ୍ରାମର କେତେକ ଲୋକ ସଂଘବଦ୍ଧ ହୋଇ ନିକଟସ୍ଥ ବଜରଗଡ଼ ଜଙ୍ଗଲକୁ ଯାଇ ବାର୍‌ହା ଶିକାର କରୁଥିବା ସମୟରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିଲା।...

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୩୫ ଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଲାଞ୍ଜିଗଡଠାରେ ବ୍ଲକର ୬ ପଞ୍ଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ଲକର ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର...

ନିୟମଗିରି ଅଞ୍ଚଳରେ ହାତୀ ଉପଦ୍ରବ: ଏକର ଏକର ଚାଷ ନଷ୍ଟ : କ୍ଷତିପୂରଣ ଦାବି

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନିୟମଗିରି ପାଦଦେଶରେ ଥିବା ଗାଁ ଗୁଡିକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଗାଁ ମୁହଁା ହୋଇ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ତାଡିଝୋଲା ଗାଁରେ ଧାନ ଫସଲ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର: ସରକାରୀ ସହାୟତା ଦାବି

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁର ହୀରାମଣି ସେନାପତି (୩୭)ଙ୍କ ଘର ଗତ ରବିବାର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିଲା। ଏ ନେଇ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ହୀରାମଣିଙ୍କ ସ୍ବାମୀ ଦାଦନ...

ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଅଭିଯୋଗ ସତ୍ତ୍ୱେ ଧ୍ୟାନ ଦେଉନାହାନ୍ତି ଅଧିକାରୀ

କେସିଙ୍ଗା,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲ୍‌ଓ୍ବେ ଗେଟ୍‌ ନିକଟରେ ୧୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟାନ୍ସଫର୍ମର ସ୍ଥାପନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ଦିଗରେ ବିପଦସଙ୍କୁଳ ଅବସ୍ଥାରେ ଦୀର୍ଘବର୍ଷ ଧରି ଏହି ଟ୍ରାନ୍ସଫର୍ମରଟି ରହିଛି। ରେଳଫାଟକଠାରୁ ମାତ୍ର ୨୦...

ଜୁନାଗଡରେ ରୋଗୀ କଲ୍ୟାଣ ସମିତି ବୈଠକ: ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବା ଉପରେ ଆଲୋଚନା

ଜୁନାଗଡ,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚିଲଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା...

ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ସବୁଜବାହିନୀରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝି, ସମ୍ମାନିତ ଅତିଥି ଭାବେ ଏବିଡିଓ ବିଶ୍ୱଭୂଷଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri