ଜାତୀୟ

ଟିକା ମୃତ୍ୟୁକୁ ନେଇ ବିଲ୍‌ ଗେଟ୍ସ, ସିରମ୍‌କୁ ହାଇକୋର୍ଟ ନୋଟିସ

ମୁମ୍ବାଇ, ୩ା୯: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କୁ ଶୁକ୍ରବାର ନୋଟିସ ଜାରି କରି ଜବାବ ମାଗିଛନ୍ତି। ଡାକ୍ତର ଝିଅର...

ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୩ା୯: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥାର ପରିଚୟ ହାସଲ କରିଛି। ଅର୍ଥନୀତିରେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଯାଇଛି। ପ୍ରଥମ ୪ ସ୍ଥାନରେ ଆମେରିକା, ଚାଇନା, ଜାପାନ ଓ ଜର୍ମାନୀ ରହିଛନ୍ତି। ୧୦ ବର୍ଷ...

ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନ ଛୁଟି

ନୂଆଦିଲ୍ଲୀ, ୩ା୯: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ପ୍ରସବବେଳେ ନବଜାତକର ମୃତ୍ୟୁ ଘଟିଲେ ସେମାନଙ୍କୁ ୬୦ ଦିନ ସ୍ବତନ୍ତ୍ର ମାତୃତ୍ୱ ଛୁଟି ମିଳିବ। ଏ ନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଶୁକ୍ରବାର ଏକ...

ଦିଲ୍ଲୀ ଉପରାଜ୍ୟପାଳଙ୍କ ବହିଷ୍କାର ଦାବିକଲା ଏଏପି

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର ଡିଜାଇନ ଠିକା କାମ ତାଙ୍କ ଝିଅଙ୍କୁ ଦେଇଥିଲେ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ...

ଯାଦବଙ୍କୁ ଏକାଠି କରିବା ଲାଗି ହାତ ମିଳାଇଲେ ଶିବପାଲ, ଡି.ପି. ଯାଦବ

ଲକ୍ଷ୍ନୌ,୩ା୯: ସମାଜବାଦୀ ପାର୍ଟିର ଯାଦବ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଏବଂ ପୂର୍ବତନ ଏମ୍‌ପି ଡି.ପି. ଯାଦବ ପରସ୍ପର ହାତ ମିଳାଇଛନ୍ତି। ସେମାନେ ଆନୁଷ୍ଠାନିକ ଭାବେ ‘ଯଦୁକୁଳ ପୁନର୍ଜାଗରଣ ମିଶନ’(ଓ୍ବାଇପିଏମ୍‌) ଶୁଭାରମ୍ଭ କରିଛନ୍ତି।...

ପାଲାନିସ୍ବାମୀ ଏଆଇଏଡିଏମ୍‌କେର ସର୍ବୋଚ୍ଚ ନେତା

ଚେନ୍ନାଇ,୩ା୯(ପି.ଟି.): ଏଆଇଏଡିଏମ୍‌କେ ନେତୃତ୍ୱକୁ ନେଇ ବିବାଦ ଲାଗିରହିଥିବାବେଳେ ଇ.କେ. ପାଲାନିସ୍ବାମୀ ଦଳର ଶୀର୍ଷ ନେତା ବୋଲି ମାଡ୍ରାସ ହାଇକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଓ. ପନିରସେଲ୍‌ଭାମଙ୍କ ସପକ୍ଷରେ ଆସିଥିବା ଜଣିକିଆ ଖଣ୍ଡପୀଠ ରାୟକୁ ଜଷ୍ଟିସ ଏମ୍‌. ଦୁରାଇସ୍ବାମୀ ଓ...

ଭାଜପାର ସବୁ ଏମ୍‌ପି, ବିଧାୟକ କ’ଣ ପୂରା ଖାଣ୍ଟି: ତେଜସ୍ବୀ

ପାଟନା,୩ା୯: ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ନେଇ ପୁଣି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ସେ ପ୍ରଶ୍ନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସମସ୍ତ ଏମ୍‌ପି ଓ...

ବଳାତ୍କାରକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଟ୍ରେନ୍‌ରୁ ଫିଙ୍ଗିଦେଲେ

ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍‌ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ହତ୍ୟା କରାଯାଇଛି। ମହିଳାଙ୍କ ସାଙ୍ଗରେ ତାଙ୍କର ୯ ବର୍ଷୀୟ ପୁଅ...

ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ

ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା ଦେବା ଏକ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ।...

ଝାଡ଼ଖଣ୍ଡ ସଙ୍କଟ: ଦିଲ୍ଲୀ ଗଲେ ରାଜ୍ୟପାଳ

ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଥିବାରୁ ନିଷ୍ପତ୍ତି ନେବାରେ...

ହରିୟାଣାରେ ଭାଜପା ନେତାଙ୍କୁ ହତ୍ୟା

ଗୁରୁଗ୍ରାମ,୩ା୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଭାଜପା ନେତା ତଥା ସୋହନା ବଜାର କମିଟିର ପୂର୍ବତନ ଉପସଭାପତି ସୁଖବୀର ଖଟାନାଙ୍କୁ ୫ ଜଣ ଦୁର୍ବୃତ୍ତ ଗୁରୁଗ୍ରାମର ଏକ ଶୋ’ରୁମ୍‌ ଭିତରେ ଗୁଳିକରି ହତ୍ୟା କରିଛନ୍ତି।...

୪ ଦିନ ପୋଲିସ ହାଜତକୁ ଗଲେ ବଳାତ୍କାର ଅଭିଯୁକ୍ତ ମହନ୍ତ ଶିବମୂର୍ତ୍ତି

ବେଙ୍ଗାଲୁରୁ,୩ା୯: କର୍ନାଟକର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଧର୍ମୀୟ ନେତା ତଥା ମୁରୁଘା ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ନାବାଳିକା ବଳାତ୍କାର ଅଭିଯୋଗରେ ଗୁରୁବାର ଗିରଫ କରାଯାଇଥିଲା। ସ୍ଥାନୀୟ ଅଦାଲତ ତାଙ୍କୁ ୪ ଦିନ ପାଇଁ ପୋଲିସ ହାଜତକୁ ପଠାଇଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri