ଜାତୀୟ

୩୯ଟି ଜିଲାକୁ ଆଲର୍ଟ: ୮ଜିଲାରେ ବନ୍ଦ ରହିବ ସ୍କୁଲ

ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ମଧ୍ୟପ୍ରଦେଶର ୩୯ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଭୋପାଳ ସମେତ ୮ଟି...

ସ୍ପେଶିଆଲ ୨୬ ଭଳି ଲୋକଙ୍କୁ ଲୁଟୁଥିଲେ ନକଲି ଆୟକର ଅଧିକାରୀ

ମୁମ୍ବାଇ,୨୨।୮: ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସ୍ପେଶିଆଲ ୨୬ ଭଳି ଫିଲ୍ମ ଷ୍ଟାଇଲ୍‌ରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରପୁର ପୋଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ...

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

ଗୁରୁଗ୍ରାମ,୨୨।୮: ହରିୟାଣାର ଗୁରୁଗ୍ରାମ-ଫାରୁଖନଗର ରାସ୍ତାରେ ଥିବା ଖେଟାୱାସ ଗ୍ରାମ ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍‌-କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ...

ଏଏପିର ଗୁଜରାଟ ମିଶନ: ଛୁଟୁଛି ପ୍ରତିଶ୍ରୁତିର ସୁଅ

ଅହମ୍ମଦାବାଦ,୨୨।୮: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ସରକାର ଗଠନ କରିବା ପାଇଁ ଏବେଠୁ କସରତ କରୁଛି। ଇତିମଧ୍ୟରେ ସୋମବାର ଦିଲ୍ଲୀ...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ସିଭିଲ ସୋସାଇଟିର ପ୍ରତିନିଧଙ୍କ ସହ ହେଲା ବୈଠକ

ନୂଆଦିଲ୍ଲୀ,୨୨ ।୮: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁଏଶନ କ୍ଲବ ଅଫ୍ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ ବଡ ବଡ ବ୍ୟକ୍ତି ବିଶେଷଙ୍କ ସହ ବୈଠକ ହୋଇଛି । ଏହି ବୈଠକରେ କଂଗ୍ରେସ...

ଦିଲ୍ଲୀରେ ଅପରେଶନ୍‌ ‘ଲୋଟସ୍‌’ ବିଫଳ: ଏଏପିକୁ ଭାଙ୍ଗିବାକୁ ଭାଜପାର ସିବିଆଇ-ଇଡିର ଛାଟ

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଏକ୍ସାଇଜ୍‌ ସ୍କାମ୍‌ ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ଆମ ଆଦମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ବିବାଦ ଆହୁରି ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଦାବି କରିଛନ୍ତି। ରାଜଧାନୀରେ...

ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ

ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ...

ସିସୋଡିଆଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ: କେଜ୍ରିଓ୍ବାଲ୍‌

ଅହମ୍ମଦାବାଦ୍‌,୨୨।୮: ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଉନ୍ନତ ତଥା ମାଗଣା ଶିକ୍ଷା ଏବଂ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ...

ଫାରୁକ ଅବଦୁଲ୍ଲାଙ୍କ ବୈଠକରେ ପହଞ୍ଚିଲେ ମୁଫତି

ଶ୍ରୀନଗର,୨୨ ।୮: ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ଶ୍ରୀନଗରରେ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ନିର୍ବାଚନ କମିଶନ ଦେଇଥିବା ମତଦାନ ଅଧିକାରକୁ ନେଇ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ସମସ୍ତ...

ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ପାତ୍ରା ଚୌଲ ସହ ଜଡ଼ିତ ‘ମନି ଲଣ୍ଡରିଙ୍ଗ’ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ସୋମବାର ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ରହଣି ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନା ଯୋଗ୍ୟ,...

‘ଦିନେ କେଜରିୱାଲଙ୍କ ଅହଙ୍କାର ଭାଙ୍ଗିବ’

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉକୁ ନେଇ ରାଜନୀତି ଜୋର ଧରିଛି। ଉଭୟ ଆମ ଆଦମୀ ପାର୍ଟି ଓ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ସୋମବାର ସିସୋଡିଆ କହିଛନ୍ତି, ଏଏପି ଭାଙ୍ଗି...

ଯୌତୁକରେ ବୁଲେଟ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କରି ସ୍ବାମୀ ଦେଲେ ତିନି ତଲାକ୍‌

ମିରୁଟ,୨୨।୮: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକରେ ବୁଲେଟ ନ ମିଳିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଇଛନ୍ତି ଜଣେ ବ୍ୟକ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କୁ ଲଣ୍ଡା କରି ତାଙ୍କୁ ଘରୁ ବିଦା ମଧ୍ୟ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri