ଜାତୀୟ

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ଅପରେଶନ ଲୋଟସକୁ ଭୟ କରୁ ନାହିଁ।...

ଲୋକଙ୍କ ପକେଟରେ ନିଆଁ ଲାଗିଛି, ଦରଦାମ ବୃଦ୍ଧି ନେଇ ଅଧୀର ରଞ୍ଜନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ଅଧୀର ରଞ୍ଜନ ସରକାରଙ୍କୁ ଦୋଷାରୋପ...

ବୁଧବାର ଏମ୍‌ପିମାନେ କରିବେ ତ୍ରିରଙ୍ଗା ବାଇକ୍‌ ରାଲି, ଲାଲ କିଲ୍ଲାରୁ ସଂସଦ ଭବନ…

ନୂଆଦିଲ୍ଲୀ, ୨।୮ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୁଧବାର ସକାଳେ ଲାଲ କିଲ୍ଲାରୁ ସଂସଦ ଭବନ ପର୍ଯ୍ୟନ୍ତ ଏମ୍‌ପିମାନଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପ୍ରକ୍ଷରୁ ଏକ ତ୍ରିରଙ୍ଗା ବାଇକ ରାଲି ଆୟୋଜନ କରାଯିବ। ଏଥିରେ ଭାଗ...

ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ଅପେକ୍ଷା କର, ହିଜାବ୍‌ ମାମଲାରେ ସିଜେଆଇଙ୍କ ଜବାବ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟରେ କର୍ନାଟକ ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ସେ ଏକ ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଏନ.ଭି. ରମନା କହିଛନ୍ତି। ଜଣେ ବିଚାରପତିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ତେଣୁ ଅପେକ୍ଷା କର ବୋଲି...

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରଠାରୁ ୧୦ ଦିନ ମଧ୍ୟରେ ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨।୮ : ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼଼ାଇବା ନିଷ୍ପତ୍ତି ଯାଞ୍ଚ୍‌ କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଏହାର ଜବାବ ୧୦ ଦିନ ମଧ୍ୟରେ ମାଗିଛନ୍ତି। ଏହା ଉପରେ ଶୁଣାଣି...

ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି

ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର ଏକ ଭିଡିଓ ଆଜି ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ବିମାନର ନୋଜ...

ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ଲିଙ୍କ୍‌, କହିଲେ ମନ୍ତ୍ରୀ…

ଭୋପାଳ,୨।୮ : ପଶ୍ଚିମ ମଧ୍ୟପ୍ରଦେଶ ଜଙ୍ଗଲରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ଲିଙ୍କ୍‌ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ଖରଗୋନ ଜିଲାରୁ ଖଲିସ୍ତାନ ସମର୍ଥକଙ୍କ ସହ ଯୋଗାଯୋଗରେ ଥିବା ଜଣେ ବନ୍ଧୁକଧାରୀ ଆସନ ସିଂ...

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ପାର୍ଥ ଚାଟାର୍ଜୀଙ୍କୁ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ନିଆଯାଇଥିବାବେଳେ ଏହି ଘଟଣା ଘଟିଛି।...

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ

ଥିରୁଭାନ୍ତପୁରମ,୨।୮: କରୋନା ଭାଇରସ୍‌ ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଙ୍ଗଳବାର କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ୩୦ବର୍ଷୀୟ...

ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। କୁହାଯାଉଛି, ଇଡ଼ି ଅଧିକାରୀମାନେ...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ଭାଜପା ବିଧାୟକ ନିଲମ୍ବିତ

ରାଞ୍ଚି,୨।୮: ଝାଡ଼ଖଣ୍ଡ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲୁଛି। ଏହି ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ସୋମବାର ବାଚସ୍ପତି ୪ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ବିଧାୟକମାନଙ୍କୁ ୨ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri