ଜାତୀୟ

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ...

କୁକୁର ଆକ୍ରମଣରେ ନାବାଳକ ଗୁରୁତର

ଚଣ୍ଡିଗଡ଼,୩୦।୭: ପଞ୍ଜାବର ଗୁରଦାସପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ୧୩ ବର୍ଷର ନାବାଳକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଫଳରେ ନାବାଳକ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଟାଲାସ୍ଥିତ...

ଦୀର୍ଘ ୫ଘଣ୍ଟା ପରେ ୬୦ ଫୁଟ୍‌ ବୋର୍‌ଓ୍ବେଲ୍‌ରୁ ଉଦ୍ଧାର ହେଲେ ୧୨ ବର୍ଷର ଝିଅ

ଗାନ୍ଧୀନଗର,୩୦।୭: ଗୁଜରାଟ ସୁରେନ୍ଦ୍ରନଗର ଜିଲାର ଗଜନଭାଭ ଗ୍ରାମରେ ଜଣେ ୧୨ ବର୍ଷୀୟା ନାବାଳିକା ମନୀଷା ଶୁକ୍ରବାର ସକାଳେ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିଲେ। ତେବେ ଦୀର୍ଘ ୫ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରାଯିବା ମାତ୍ରେ ସଙ୍ଗେ...

‘ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି’

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦାହେବା ଓ ତୃଣମୂଳ କଂଗ୍ରେସରୁ ନିଲମ୍ବନ ହେବା ପରେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ପାଇଁ ଖୋଲିଛନ୍ତି। ସ୍କୁଲ୍‌ରେ ନିଯୁକ୍ତି ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କୁ...

ବିଧାୟକ ମୋକିମ୍‌ଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩୦।୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ଲିଭ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨୦୧୯ରେ ବାରାବାଟୀ-କଟକ ବିଧାନସଭା ଆସନରୁ ମୋକିମ୍‌ଙ୍କ ନିର୍ବାଚନକୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମୋକିମ ନାମାଙ୍କନ ପତ୍ର...

ଅବସର ନେଲେ ଜଷ୍ଟିସ୍‌ ଖାନ୍‌ଓ୍ବିଲକର

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ବିଦାୟୀ ସମ୍ବର୍ଦ୍ଧନା ବେଳେ ସେ ବାର୍‌ ଆସୋସିଏଶନ୍‌ ନେତାମାନଙ୍କୁ ସେମାନଙ୍କ ସ୍ନେହ ଓ ସଦ୍ଦିଚ୍ଛା ପାଇଁ ଧନ୍ୟବାଦ ଦେଇଛନ୍ତି। ୨୦୧୬ ମେ’ ୧୩ରେ...

ହିମାଚଳ ପ୍ରଦେଶରୁ ଚିହ୍ନଟ ‘ମଙ୍କିପକ୍ସ’ ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ୍‌ ହିଷ୍ଟ୍ରି

ସିମ୍‌ଲା,୩୦।୭: ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ରେ ଆକ୍ରାନ୍ତ ହୋଇଥିବା ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତିଙ୍କ ନମୁନା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ ପଠାଯାଇଛି। ୨୧ ଦିନ ପୂର୍ବରୁ...

୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍‌-୨୧

ନୂଆଦିଲ୍ଲୀ,୩୦।୭: ରୁଷିଆ ନିର୍ମିତ ମିଗ୍‌-୨୧ ଯୁଦ୍ଧବିମାନ ଏକାଧିକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଭାରତୀୟ ବାୟୁସେନା ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ଆଉ ଏକ ସ୍କ୍ବାଡ୍ରନ୍‌କୁ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍‌-୨୧ର...

ସ୍ତ୍ରୀଙ୍କୁ ଗଣବଳାତ୍କାର ପରେ ତିନି ତଲାକ୍‌

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ଗୋଣ୍ଡାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତାଙ୍କ ସ୍ବାମୀ ଓ ଦିଅର ବଳାତ୍କାର କରିବା ପରେ ତାଙ୍କୁ ଟ୍ରିପଲ୍‌ ତଲାକ୍‌ ଦେଇଛନ୍ତି। ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ବାମୀ ମହମ୍ମଦ ଆଦନାନଙ୍କୁ...

କେଟିଆର୍‌ଙ୍କ ଜନ୍ମଦିନ ଉତ୍ସବରେ ଯୋଗ ନ ଦେବାରୁ ୪ କର୍ମଚାରୀ ନିଲମ୍ବିତ

ହାଇଦ୍ରାବାଦ,୩୦।୭: ତେଲଙ୍ଗାନାର ପ୍ରଭାବଶାଳୀ ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‌)ଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ନ ଥିବା ବେଲାମପାଲ୍ଲୀ ମ୍ୟୁନିସିପାଲିଟିର ୪ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟିଆର୍‌ ପୌର ପ୍ରଶାସନ, ସହରାଞ୍ଚଳ...

ଅର୍ପିତା ସମ୍ପୃକ୍ତ ଥିବା ୩ କମ୍ପାନୀ ଉପରେ ଇଡି ଚଢ଼ାଉ

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ବିପୁଳ ପରିମାଣର ସୁନା ମିଳିବା...

ତ୍ୱରିତ ନ୍ୟାୟ ଦେଇ ବିଚାରପତି ନିଲମ୍ବିତ

ନୂଆଦିଲ୍ଲୀ,୩୦।୭(ପି.ଟି.): ଏକ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ କରି ବିହାରର ଜଣେ ନ୍ୟାୟିକ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ପାଟନା ହାଇକୋର୍ଟଙ୍କ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଅରାରିଆର ଉକ୍ତ ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ ଶଶିକାନ୍ତ ରାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri