ଜାତୀୟ

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଭାଜପା ଦକ୍ଷିଣ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ଧାରା...

ଏଆଇଏଡିଏମକେ ପରିଷଦ ବୈଠକ ଉପରେ ରୋକ ଆବେଦନ ହାଇକୋର୍ଟରେ ଖାରଜ…

ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍‌ଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ପନିରସେଲଭାମ୍‌ ସାଧାରଣ ପରିଷଦ ବୈଠକ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ।...

ସ୍ବାମୀଙ୍କ ମନ୍ତବ୍ୟ ନେଇ ଅଡୁଆରେ ମୋଦି ସରକାର…

ନୂଆଦିଲ୍ଲୀ,୧୧।୭ : ଚାଇନା ସମେତ ଭାରତୀୟ ଅର୍ଥନୀତି ଉପରେ ନିଜର ବିବୃତ୍ତି ଦେଇ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଥିବା ରହିଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଏକ ମନ୍ତବ୍ୟ ଏବେ ସରକାରଙ୍କୁ ଅଡୁଆରେ ପକାଇଛି। ସେ ଶ୍ରୀଲଙ୍କାର...

ସକ୍ରିୟ ମାମଲା ଲକ୍ଷେ ୩୦ ହଜାର ଟପିଲା…

ନୂଆଦିଲ୍ଲୀ, ୧୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

୨୦୨୪ରେ ଏମଭିଏ ପୁଣି ମିଳିତ ଭାବେ ଲଢ଼ିବା ଆବଶ୍ୟକ, କହିଲେ ପଓ୍ବାର…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ିର ଭବିଷ୍ୟତ କେଉଁ ଦିଗକୁ ଯିବ ସେ ନେଇ ନାନା ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଏନସିପି ସୁପ୍ରିମୋ ଶରଦ ପୱାର କହିଛନ୍ତି ଯେ...

ଆସାମ ବନ୍ୟା: ୧୨ ଜିଲାର ୫ ଲକ୍ଷ ଲୋକ ପ୍ରଭାବିତ, ୧୯୨ ଜଣଙ୍କ ମୃତ୍ୟୁ

ଗୁଆହାଟି,୧୧ ।୭: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷାରେ ବନ୍ୟା ସୃଷ୍ଟି ହୋଇଛି । କିଛି ରାଜ୍ୟରେ ଭୂସ୍ଖଳନ ଯୋଗୁ କେତେକ ଲୋକେ ପ୍ରାଣ ହରାଇଲେଣି । ଇତିମଧ୍ୟରେ ଆସାମରେ ବନ୍ୟା ଓ ଭୂସ୍ଖଳନରେ...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୭: ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି ।  ଏନ୍‌ଟିଏର ଅଫିସିଆଲ ଓ୍ବେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ। ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା...

ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ,୧୧ ।୭: ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ପାହାଡ ଧୋଇ ଯିବାରୁ ପ୍ରାୟ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୪୦ରୁ ଅଧିକ ଶ୍ରଦ୍ଧାଳୁ ନିଖୋଜ ଥିବା କୁହାଯାଉଛି ।...

୪ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୭୦୦ ଯୁବକ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ୭୦୦ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୧୪୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ। ଅଧିକାରୀମାନେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।  ବହୁ...

ଶ୍ରୀଲଙ୍କାକୁ ଭାରତ ଦେଉ ସେନା ସହାୟତା: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏଠାକାର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବା ପରେ ସାଧାରଣ ଜନତା ଏବେ ରାଷ୍ଟ୍ରପତି ଭବନ କବଜା କରି ରଖିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ...

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୧୦ା୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସହଯୋଗର ହାତ ବଢ଼ାଇଛି। ପଡ଼ୋଶୀ ରାଷ୍ଟ୍ରକୁ ୪୪ ହଜାର ଟନ୍‌ ୟୁରିଆ ସାର ଯୋଗାଇ ଦିଆଯାଇଛି। ରବିବାର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ...

‘ଆମେ ଶ୍ରୀଲଙ୍କା ସହ ଅଛୁ’

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ପଡୋଶୀ ଦେଶର ଏଭଳି ସଙ୍କଟବେଳେ ଭାରତ ସହଯୋଗର ହାତ ବଢାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଭାରତ ହେଉଛି ଶ୍ରୀଲଙ୍କାର ନିକଟତମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri