ଜାତୀୟ

ଦୀର୍ଘ ୧୮ ପରେ ତେଲେଙ୍ଗାନାରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ପ୍ରଧାନମନ୍ତ୍ରୀ ମୋଦି ହେବେ ସାମିଲ

ହାଇଦ୍ରାବାଦ,୨।୭: ଚଳିତ ଥର ହାଇଦ୍ରାବାଦରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହେଉଛି। ହାଇଦ୍ରାବାଦର ନୋଭାଟେଲ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଶନିବାରଠାରୁ ଆରମ୍ଭ ହୋଇ ରବିବାର ଅର୍ଥାତ୍‌ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ।...

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୩କୁ ବଢିଲା

ଗୁଆହାଟୀ,୨।୭: ଆସାମରେ ବନ୍ୟା ପରିସ୍ଥିତି ଏବେ ସଙ୍କଟାପର୍ଣ୍ଣ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି। ବନ୍ୟାରେ ୩୦ଟି ଜିଲାରେ ୨୯ଲକ୍ଷରୁ ଅଧିକ...

ବିମାନ ଭିତରେ ଧୂଆଁ: ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨।୭: ସ୍ପାଇସ ଜେଟର ଏକ ବିମାନ ଭିତରେ ପ୍ରବଳ ଧୂଆଁ ଦେଖାଯିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ନୂଆଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାଉଥିଲା ବିମାନ। ତେବେ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା...

ଗୋଆ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମୁମ୍ବାଇ,୨ ।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶନିବାର ଗୋଆ ପହଞ୍ଚିଛନ୍ତି । ଯେଉଁଠାରେ ଶିବସେନାର ସମସ୍ତ ଅସନ୍ତୁଷ୍ଟ ବିଧାୟକ ରହିଛନ୍ତି ସେହିଠାରେ ପହଞ୍ଚିଛନ୍ତି ସିନ୍ଧେ । ଏମାନେ ସମସ୍ତେ ସିନ୍ଧେଙ୍କ ସହ ମିଶି ଉଦ୍ଧବ ଠାକରେ ସରକାରକୁ ଭାଙ୍ଗି...

ତୁର୍କୀ, ପେରୁରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ଶୁକ୍ରବାର ତୁର୍କୀ ଓ ପେରୁ ପାଇଁ ଭାରତର ଦୁଇଜଣ ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍‌ ଆଇଏଫ୍‌ଏସ୍‌ ବିଶ୍ୱାସ ବିଦୁ ସପକାଲିଙ୍କୁ ପେରୁର ରାଷ୍ଟ୍ରଦୂତ...

୩ ପିଲାଙ୍କୁ ବିଷ ଖୁଆଇଦେଲେ ମା’

ଭୋପାଳ, ୨ା୭: ସ୍ବାମୀଙ୍କ ସହ ଫୋନ୍‌ରେ ଝଗଡ଼ା କରି ମଧ୍ୟପ୍ରଦେଶର ୩୫ ବର୍ଷୀୟା ମହିଳା ମମତା ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ ପରେ ସେ ନିଜେ ମଧ୍ୟ ବିଷ ଖାଇଦେଇଥିଲେ। ଏଥିରେ ତାଙ୍କ ୭ ବର୍ଷୀୟ...

ଅଗ୍ନିପଥ ଯୋଜନାରେ ଭାରତୀୟ ସେନା, ନୌସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨ ।୭: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଅଧିକାଂଶ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ, ଇତିମଧ୍ୟରେ ଭାରତୀୟ ସେନା ଓ ନୌସେନାରେ ନିଯୁକ୍ତ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି...

ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। କୃଷି ସାମଗ୍ରୀ, ଫର୍ଟିଲାଇଜର ଏବଂ ଔଷଧୀୟ...

ଭାଜପାରେ ମିଶିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼,୨।୭: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେବେ। ୮ ମାସ ତଳେ ସେ କଂଗ୍ରେସ ଛାଡ଼ି ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସର ବିଲୟ ଘଟିବ ଭାଜପାରେ। ୮୦ ବର୍ଷୀୟ ଅମରିନ୍ଦର ସିଂ ଅସ୍ତ୍ରୋପଚାର ପାଇଁ...

ଲିଗାସି ପାଇଁ ଲଢ଼େଇ

ମୁମ୍ବାଇ,୨ା୭: ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ସମୟ ପରେ ନିଜ ଟୁଇଟର ପ୍ରୋଫାଇଲ ବଦଳାଇଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ପ୍ରୋଫାଇଲରେ ରଖିଛନ୍ତି। ଏହାକୁ ସିନ୍ଧେଙ୍କ ପୂବର୍ସୁରୀ ଉଦ୍ଧବ...

‘ଭଙ୍ଗା, ଗଢ଼ା ପୁରୁଣା ହୋଇଯାଇଛି’

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଭାଙ୍ଗିବା ଗଢ଼ିବା ଆମ ପାଇଁ ପୁରୁଣା କଥା ହୋଇଯାଇଛି। ଏବେ ମହାରାଷ୍ଟ୍ରରେ...

କ୍ଷମତାର ଭୋକ ବିପଜ୍ଜନକ: ଯଶଓ୍ବନ୍ତ

ରାୟପୁର,୨।୭:ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ‘କ୍ଷମତା ପାଇଁ ଏକ ବିପଜ୍ଜନକ କ୍ଷୁଧା’ ବୋଲି ଅବିହିତ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ନେତା ଯଶଓ୍ବନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଯାହାସବୁ ଘଟିଗଲା ଆପଣମାନେ ତାହା ଦେଖିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri