ଜାତୀୟ

କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…

ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟର କିଛି...

ଉଦ୍ଧବଙ୍କ ବୈଠକରେ ମାତ୍ର ୨୦ ବିଧାୟକ, ୩୫ ଜଣଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଲା ଚିନ୍ତା…

ମୁମ୍ବାଇ, ୨୧।୬ : ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୈଠକରେ ବହୁ ବିଧାୟକଙ୍କ ଅନୁପସ୍ଥିତି ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକ୍‌ରେ ମଙ୍ଗଳବାର ଅପରାହ୍ନରେ ଡକାଇଥିବା ବୈଠକରେ ମାତ୍ର ୨୦ ଜଣ ବିଧାୟକ ...

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୨୧।୬: ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି।...

ଭବିଷ୍ୟତ ପାଇଁ ପରିବର୍ତ୍ତନ ଆବଶ୍ୟକ: ଡୋଭାଲ

ନୂଆଦିଲ୍ଲୀ,୨୧।୬: ଦେଶର ଅନେକ ରାଜ୍ୟରେ ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ଜୋରଦାର ବିରୋଧ କରାଯାଉଛି। ଏହାକୁ ନେଇ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ମତ ରଖିଛନ୍ତି। ସେ କହିଛନ୍ତି, ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡକୁ ଆମେ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଟିଏମ୍‌ସିରୁ ଇସ୍ତଫା ଦେଲେ ଯଶବନ୍ତ

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି। ଭାଜପା ଓ ବିରୋଧୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିରୋଧୀ ଦଳ ଲଗାତର ବୈଠକ କରୁଥିବା ବେଳେ ପ୍ରାର୍ଥୀକୁ ନେଇ ମନ୍ଥନ ଜାରି...

୨୪ଘଣ୍ଟାରେ ଗଲା ଆଉ ୧୧ ଜୀବନ: ବନ୍ୟା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍‌

ଗୁଆହାଟି,୨୧।୬: ଆସାମରେ ବନ୍ୟା ପରିସ୍ଥତି ଜଟିଳ ହେବାରେ ଲାଗିଛି। ରାଜ୍ୟର ୩୫ଟି ଜିଲାରୁ ପ୍ରାୟ ୩୩ଟି ଜିଲାରେ ପରିସ୍ଥିତି ବହୁ ଭୟାବହ ହୋଇଥିବା ବେଳେ ପ୍ରାୟ ୪୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା...

ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର,୨୧।୬: ଆଣ୍ଡାମାନ ନିକୋବର ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ ବ୍ଲୋୟାରର ଦକ୍ଷିଣ-ପଶ୍ଚିମରୁ ୧୮୩ କିଲୋମିଟରରେ ଦୂରରେ ରହିଥିଲା ବୋଲି ଜାତୀୟ ଭୂ-କମ୍ପ ଗବେଷଣା...

‘କୌଣସି ଝଡ଼ ଆସିବ ନାହିଁ’

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍‌ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି...

୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି...

ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍‌

ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଟନାର ସ୍ବତନ୍ତ୍ର ଏମ୍‌ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦଣ୍ଡିତ କରିଛନ୍ତି।...

ଯଶବନ୍ତ ସିହ୍ନା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇପଡିଛି। ଏଭଳି ପରିସ୍ଥିତିରେ ବିରୋଧୀ ତଥା ଶାସକ ଭାଜପା ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri