ଜାତୀୟ

ସକ୍ରିୟ ମାମଲା ୬୦ ହଜାର ମୁହାଁ …

ନୂଆଦିଲ୍ଲୀ, ୧୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର ୯ ଘଣ୍ଟାର ପଚରାଉଚରା ପରେ ପୁଣି ଥରେ ବୁଧବାର ପଚରାଉଚରା କରାଯିବ। ସେହିପରି...

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାକାରୀ ଆତଙ୍କବାଦୀଙ୍କ ସମେତ ୨ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରିଛନ୍ତି।...

ବୁଲ୍‌ଡୋଜର ଆକ୍ସନ ଆଇନର ପରିହାସ

ନୂଆଦିଲ୍ଲୀ, ୧୫ା୬: ପ୍ରଫେଟ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିବାକୁ ନେଇ କେତେଜଣ ପୂର୍ବତନ ବିଚାରପତି ଏବଂ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କୁ ଚିଠି ଲେଖିଛନ୍ତି।...

ପାସ୍‌ପୋର୍ଟ ଫେରିପାଇଲେ ଲାଲୁ

ପାଟନା,୧୫ା୬: ପାଟନାର ସିବିଆଇ କୋର୍ଟ ମଙ୍ଗଳବାର ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାସ୍‌ପୋର୍ଟ ଫେରାଇ ଦେଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ପାସ୍‌ପୋର୍ଟ ଜବତ କରିଥିଲା। ପାସ୍‌ପୋର୍ଟ ଅବଧି ଶେଷ ହୋଇଥିବାରୁ ତାଙ୍କୁ ନବୀକରଣ କରିବାକୁ ହେବ।...

ତାମିଲନାଡ଼ୁ ସ୍କୁଲରେ ମୋବାଇଲ ବ୍ୟାନ୍‌

ଚେନ୍ନାଇ, ୧୫ା୬: ତାମିଲନାଡ଼ୁ ସ୍କୁଲରେ ଛାତ୍ରୀଛାତ୍ର ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସ୍କୁଲକୁ ମୋବାଇଲ ଆଣିଲେ ଏହାକୁ ଜବତ କରାଯିବ ଏବଂ ଆଉ ଫେରସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ଅନ୍‌ବିଲ୍‌ ମହେଶ ପୋୟାମୋଝି କହିଛନ୍ତି।...

ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ ଅନୁମତି

ନୂଆଦିଲ୍ଲୀ,୧୫ା୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି। ଦିଲ୍ଲୀର ତିହାର ଜେଲରେ ଥିବା ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବା ପାଇଁ...

ସଫଳ ହେଲା ‘ଅପରେଶନ ରାହୁଲ’

ରାୟପୁର,୧୪।୬: ଦୀର୍ଘ ୫ ଦିନ ଧରି ବୋରଓ୍ବେଲ୍‌ ଭିତରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ଲାଗି ଘଟଣା ସ୍ଥଳରେ ଡାକ୍ତର ଟିମ୍‌ ଉପସ୍ଥିତ ଥିଲେ।...

ଗୋଟିଏ ମଞ୍ଚରେ ମୋଦି, ଉଦ୍ଧବ

ମୁମ୍ବାଇ,୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଗତ କିଛି ମାସର ତିକ୍ତ ସମାଲୋଚନା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ଦୁଇଟି କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିଲେ। ଉଦ୍ଧବ ପ୍ରଧାନମନ୍ତ୍ରୀଙ୍କୁ କୋଲାବାସ୍ଥିତ ନୌସେନା...

ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ଆରମ୍ଭର ଚୂଡ଼ାନ୍ତ ତାରିଖ ସ୍ଥିର ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ...

ପୁଣି ବୁଧବାର ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ

ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଏଥିଲାଗି ସୋମବାର ରାହୁଲଙ୍କୁ ଇଡି ସମନ କରିଛି। ସୋମବାର ୧୦ ଘଣ୍ଟା, ମଙ୍ଗଳବାର ୯...

ଶରଦ ପାୱାରଙ୍କୁ ଭେଟିଲେ ମମତା, ରାଷ୍ଟ୍ରପତି ନିର୍ବାଚନକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୪ ।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା କରିଛନ୍ତି । ଏହି ବୈଠକ ପାଖାପାଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri