ଭୋପାଳ,୪।୧୧: ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭୋପାଳରୁ ସାମରିକ ଯନ୍ତ୍ରୀ ସେବା (ଏମ୍ଇଏସ୍)ର ୩ ଜଣ ଅଫିସରଙ୍କୁ ଗିରଫ କରିଛି। ସିବିଆଇ ଭୋପାଳ ଶାଖାର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଫିସର ହେଲେ ଆସିଷ୍ଟାଣ୍ଟ ଗାରିଶନ ଇଞ୍ଜିନିୟର(ଠିକା) ଜେ ଜନ୍ କେନେଡ଼ି, ଆସିଷ୍ଟାଣ୍ଟ ଗାରିଶନ ଇଞ୍ଜିନିୟର(ଇ/ଏମ୍) ଆର୍.ଏସ୍. ଯାଦବ ଏବଂ ଜୁନିୟର ଆଡମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ ଅରୁଣ ସିଂ। ଠିକା ନେଇଥିବା ଏକ କମ୍ପାନୀ ଉପରେ ଅର୍ଥ ବକେୟା ଥିବା ଅଭିଯୋଗ ଆଣି ଏହାକୁ ଦଫାରଫା କରିବା ଲାଗି ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।