Categories: ଜାତୀୟ

ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ସିବିଆଇ

କୋଲକାତା,୧୫।୯: ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗୁରୁବାର କୋଲକାତା କୋର୍ଟରେ ଆବେଦନ କରିଛି। ମାମଲାର ଯାଞ୍ଚ କରିବା ସହ ଚାଟାର୍ଜୀଙ୍କୁ ଅଧିକ ପଚରାଉଚରା କରିବା ପାଇଁ ସିବିଆଇ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛି। ଶୁକ୍ରବାର ଚାଟାର୍ଜୀ କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ଜବତ କରିବା ପରେ ଇଡି ଚାଟାର୍ଜୀଙ୍କୁ ଗରିଫ କରିଥିଲା। ବର୍ତ୍ତମାନ ଚାଟାର୍ଜୀ ନ୍ୟାୟିକ ହେପାଜତରେ ଅଛନ୍ତି।

Share