Categories: ଜାତୀୟ

ହାଫିଜ ସଇଦଙ୍କ ଭିଣୋଇଙ୍କଠାରୁ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୭ ।୧୦: ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ପ୍ରତି ପ୍ରତିବଦ୍ଧତା ପ୍ରକାଶ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ୟୁଏପିଏ ଅଧିନିୟମ ଅନୁଯାୟୀ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ କହିଛି ସୁରକ୍ଷାକୁ ଦୃଢ କରିବା ପାଇଁ ଏକ ପ୍ରତିବଦ୍ଧତା ଏବଂ ଆତଙ୍କବାଦ ପ୍ରତି ଜିରୋ ଟଲରାନ୍ସ ନୀତି ପ୍ରକାଶ କରି ସରକାର ୟୁଏପିଏ ଅଧିନିୟମ ୧୯୬୭(୨୦୧୯ରେ ସଂଶୋଧିତ) ଅନୁଯାୟୀ ଅଧିକ ୧୮ ଜଣଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏହି ସୂଚିରେ ପାକିସ୍ତାନର ଆତଙ୍କବାଦୀବି ସାମିଲ ଅଛନ୍ତି । ସରକାର ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଲସ୍କଇ-ଇ-ତୋଏବାର ୟୁସୁଫ ମୁଜମ୍ମିଲ, ଲସ୍କର-ଇ-ତୋଏବାର ହାଫିଜ ସଇଦଙ୍କ ଭିଣୋଇ ଅବ୍ୱଦୁର ରହମାନ ମକ୍କି, ୧୯୯୯ରେ କନ୍ଧାର ଆଇସି-୮୧୪ ଅପହରଣ ଘଟଣାର ଅଭିଯୁକ୍ତ ୟୁସୁଫ ଅଜହର, ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ଟାଇଗର ମେମନ, ଛୋଟା ସକିଲ, ହିଜବୁଲ ମୁଜାହିଦ୍ଦିନର ସୟଦ ସଲାଉଦ୍ଦିନ ଓ ଇଣ୍ଡିଆନ ମୁଜାହିଦ୍ଦିନର ଭଟକଲ ବନ୍ଧୁଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି ।

Share