୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର ମାର୍କେଟରୁ ଝିଂୟୋ ନାମକ ଜଣେ ବ୍ୟକ୍ତି ଜିନିଷ କିଣିବା ପରେ ଦୋକାନୀଠାରୁ ୦.୦୪ ୟୁଆନ ବା ୪୨ ପଇସା ଫେରି ପାଇବାର ଥିଲା। ହେଲେ ଦୋକାନୀ ତାଙ୍କୁ ସେହି ପଇସା ଫେରାଇ ନ ଥିଲା। ଫଳରେ ଝିଂୟୋ ରାଗିଯାଇ ଦୋକାନୀଙ୍କ ବିରୋଧରେ ପୋଲିସରେ ଏକ ଅଭିଯୋଗ କରିଥିଲେ। କିଛିଦିନ ପରେ ଏହି ମାମଲାରେ ଝିଂୟୋଙ୍କର ୫୦ ୟୁଆନ ବା ପାଖାପାଖି ୫୧୮ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ହେଲେ ଝିଂୟୋ କହିଛନ୍ତି ସୁପର ମାର୍କେଟରେ ହେଉଥିବା ଏଭଳି କାରବାରକୁ ବନ୍ଦ କରିବା ଓ ଲୋକଙ୍କ ନିକଟରେ ଏଭଳି ଏକ ବାର୍ତ୍ତା ପହଞ୍ଚାଇବାକୁ ସେ ମାମଲାରେ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। ଯେମିତି କେହି ଗ୍ରାହକ ଭବିଷ୍ୟତରେ ବଡ କ୍ଷତି ନ ସହନ୍ତି।

Share