Categories: ଖେଳ

ଚେନ୍ନାଇକୁ ମିଳିଲା ୧୭୦ ରନ୍‌ର ବିଜୟ ଲକ୍ଷ୍ୟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ଉଇକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ଫଳରେ ଗୁଜରାଟକୁ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।
ଚେନ୍ନାଇକୁ ଇନିଂସ ଆରମ୍ଭରୁ ଦୁଇଟି ଝଟ୍‌କା ଲାଗିବା ପରେ ଅମ୍ବତି ରାଇଡୁ ରିତୁରାଜ ଗାଇକ୍ୱାଡଙ୍କ ସହ ଇନିଂସ ସମ୍ଭାଳିଥିଲେ। ତୃତୀୟ ଉଇକେଟ ପାଇଁ ୫୬ଟି ବଲରେ ଉଭୟ ୯୨ ରନର ଭାଗିଦାରୀ କରିଥିଲେ। ରିତୁରାଜ ଫର୍ମକୁ ଫେରି ଚଳିତ ସିଜିନ୍‌ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ଉପରେ, ଏହା ତାଙ୍କର ଅଷ୍ଟମ ଅର୍ଦ୍ଧଶତକ ଥିଲା। ଏଥି ସହିତ, ରାଇଡୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଚାରି ଚୌକା ଓ ଦୁଇଟି ଛକା ସହାୟତାରେ ୩୧ଟି ବଲରେ ରାଇଡୁ ୪୬ ରନ କରି ଆଉଟ୍‌ ହୋଇଥିଲେ। ଏଥିସହ ରିତୁରାଜଙ୍କୁ ୪୮ଟି ବଲରେ ୭୩ ରନ କରିଥିଲେ। ଏଥିରେ ପାଞ୍ଚ ଚୌକା ଓ ପାଞ୍ଚ ଛକା ସାମିଲ ଥିଲା। ୧୭ଟି ବଲରୁ ଶିବମ ଦୁବେ ୧୯ ରନ ସଂଗ୍ରହ କରିଥିଲେ ଏବଂ ଅଧିନାୟକ ରବିନ୍ଦ୍ର ଜାଡେଜା ୧୨ଟି ବଲରୁ ଅପରାଜିତ ୨୨ ରନ କରିଥିଲେ। ଗୁଜରାଟ ପକ୍ଷରୁ ଅଲଜାରୀ ଜୋସେଫ ଦୁଇଟି ଉଇକେଟ ନେଇଥିଲେ। ମହମ୍ମଦ ଶାମି ଏବଂ ୟଶ ଦିନଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share