Categories: ଜାତୀୟ

ଧରା ପଡ଼ିଲା ଚାଇନାର ଚାଲାକି: କରୁଥିଲା ମିଛ ଯୁଦ୍ଧାଭ୍ୟାସ

ବେଜିଂ, ୨୪।୧୦: ଏଲ୍‌ଏସିରେ ଯୁଦ୍ଧଭ୍ୟାସ କରୁଥିବାର ଭିଡ଼ିଓ ଚାଇନା ଟେଲିଭିଜନରେ ପ୍ରସାରିତ ହୋଇଥିଲା। ତେବେ ଏହା ମିଛ ବୋଲି ଏବେ ଜଣାପଡ଼ିଛି। ଚାଇନା ଚାଲାକି କରି କେବଳ ସୈନ୍ୟଙ୍କ ଫଟୋ ଉଠାଇ ଯୁଦ୍ଧାଭ୍ୟାସର ଭିଡ଼ିଓ ପ୍ରସ୍ତୁତ କରିଥିଲା। ଚାଇନାର ସରକାରୀ ଚ୍ୟାନେଲ ସିସିଟିଭି ପକ୍ଷରୁ କୁହାଯାଇଥିଲା ଯେ, ଚାଇନା ତିବ୍ବତରେ ୪୭୦୦ ମିଟର ଉଚ୍ଚରେ ଯୁଦ୍ଧାଭ୍ୟାସ କରିଛି। ମାତ୍ର ପ୍ରକୃତ ପକ୍ଷେ ଭାରତୀୟ ସେନା ଉପରେ ଚାପ ପକାଇବା ଲାଗି ଚାଇନା ଟିଭି ଚ୍ୟାନେଲ ଏଭଳି ଭିଡ଼ିଓ ପ୍ରସ୍ତୁତ କରିଥିବା କୁହାଯାଉଛି। ରାଇଫଲରେ ଥିବା ପେରିସ୍କୋପ୍‌ ଦ୍ୱାରା ସୈନ୍ୟ ଲକ୍ଷ୍ୟ କରିବା ଆବଶ୍ୟକ ରହିଥାଏ। ତେବେ ଫଟୋରେ ପେରିସ୍କୋପ୍‌ ରବର ତଳକୁ ମୋଡ଼ି ରହିଥିବା ଦେଖାଯାଉଛି। ଏହାଦ୍ୱାରା କେବେ ମଧ୍ୟ ଲକ୍ଷ୍ୟ ଭେଦ କରିବା ସମ୍ଭବ ନୁହେଁ ବୋଲି ଭାରତୀୟ ସେନାର ଓଏସ୍‌ଆଇଏନ୍‌ଟି ବିଶେଷଜ୍ଞ କର୍ନଲ ବିନାୟକ ଭଟ୍ଟ କହିଛନ୍ତି। ଚାଇନା ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

Share