Categories: ଜାତୀୟ

ଏଲ୍‌ଏସିରେ ଚାଇନାର ସମରସଜ୍ଜା: ୩ ଏୟାର ବେସ୍‌, ୫ ହେଲିପୋର୍ଟ ନିର୍ମାଣ

ନୂଆଦିଲ୍ଲୀ, ୨୩।୯: ଏଲ୍‌ଏସିରେ ଚାଇନା ସମରସଜ୍ଜା ଜାରି ରଖିଛି। ଏଠାରେ ଚାଇନା ୩ଟି ଏୟାର ବେସ୍‌ ଏବଂ ୫ଟି ହେଲିପୋର୍ଟ ନିର୍ମାଣ କରିଛି। ଏସମ୍ପର୍କିତ ରିପୋର୍ଟ ଅନ୍ତର୍ଜାତୀୟ ଏଜେନ୍ସି ଷ୍ଟ୍ରାଟ୍‌ଫର ପକ୍ଷରୁ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୭ରେ ଡୋକଲାମ ବିବାଦ ପରେ ଚାଇନା ସୀମାରେ ୧୩ଟି ମିଲଟାରୀ ପୋଷ୍ଟ ନିର୍ମାଣ ଆରମ୍ଭ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରେ ୩ ଏୟାର ବେସ୍‌, ୫ ହେଲିପୋର୍ଟ ଏବଂ ୫ ପ୍ରତିରକ୍ଷା ପୋଷ୍ଟ ରହିଛି। ଡୋକଲାମ ବିବାଦ ପରେ ଚାଇନା ନିଜ ରଣନୀତିରେ କେତେକ ପରିବର୍ତ୍ତନ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ରାଫାଲ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏଲ୍‌ଏସିରେ ଭାରତର ଶକ୍ତି ବୃଦ୍ଧି ପାଇଛି। ତେବେ ବାୟୁସେନାର ଶକ୍ତି ଅଧିକ ବୃଦ୍ଧି କରାଯିବାର ଆବଶ୍ୟକତା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share