ପାଟନା,୩ ।୯: ଜନତା ଦଳ ୟୁନାଇଟେଡ(ଜେଡିୟୁ) ପକ୍ଷରୁ ବିହାରର ପ୍ରଦେଶ କାର୍ଯ୍ୟାଳୟରେ ଶୁକ୍ରବାରଠାରୁ ୩ ଦିବସୀୟ ବୈଠକ ଚାଲିଛି । ଜେଡିୟୁ କାର୍ଯ୍ୟାଳୟର କର୍ପୁରି ସଭାଗାରରେ ଏହି ବୈଠକ ହେଉଛି । ଶନିବାର ଦିନ ୩ଟା ୪୫ରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଇତିମଧ୍ୟରେ ଖବର ଆସିଛି କି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମିଶନ ୨୦୨୪କୁ ଦୃଷ୍ଟିରେ ରଖି ଦିଲ୍ଲୀ ଗସ୍ତ କରିବେ । କୁହାଯାଉଛି ଦିଲ୍ଲୀରେ ବିରେଧୀ ନେତାଙ୍କୁ ଏକାଠି କରି କଥାବାର୍ତ୍ତା କରାଯିବ ।
ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ୫ ସେପ୍ଟେମ୍ବରରେ ପାଟନାରୁ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବେ । ସେଠାରେ ସେ ବିରୋଧୀ ନେତାଙ୍କ ସହ ସାକ୍ଷାତ୍ କରିବେ । ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ଚେଷ୍ଟା କରାଯିବ । ନୀତୀଶଙ୍କ ଦିଲ୍ଲୀ ଗସ୍ତ ପଛରେ ଏହି ପ୍ଲାନ ରହିଥିବା କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି କି ଭାଜପା ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ହେଉଛି ଜେଡିୟୁର ମାଷ୍ଟର ପ୍ଲାନ ।