Categories: ଜାତୀୟ

ହିମାଚଳ ପ୍ରଦେଶ ନିର୍ବାଚନ: ମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ

ଶିମଲା,୧୨।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ୭୮୮୪ କେନ୍ଦ୍ରରେ ମତଦାନ ଚାଲିଛି। ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ଯାଏ ଚାଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ନିଜ ମତ ସାବ୍ୟସ୍ତ କରିଛନ୍ତି।
ଗୋଟିଏ ପର୍ଯ୍ୟାୟରେ ୬୮ ଆସନ ପାଇଁ ମତଦାନ ହେଉଛି। ଡିମେମ୍ବର ୮ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Share