Categories: ଜାତୀୟ

ଫେବୃଆରୀ ୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ, ୩।୨: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ବିଶ୍ୱର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ବିବାଦ ମଧ୍ୟରେ ଅଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି, ସମସ୍ତ ଜିଲାରେ ଲାଇଫ ଇନସୁରାନ୍ସ କର୍ପୋରେସନ କାର୍ଯ୍ୟାଳୟ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସମ୍ମୁଖରେ ଦଳ ଫେବୃଆରୀ ୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ।
ଭେନୁଗୋପାଳ କହିଛନ୍ତି, କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଟଙ୍କାକୁ ନେଇ ସେମାନଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ସହାୟତା କରୁଛନ୍ତି। ତେଣୁ କଂଗ୍ରେସ ଦଳ ସୋମବାର ଦେଶର ବିଭିନ୍ନ ଜିଲାର ଏଲଆଇସି ଏବଂ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।

 

Share