Categories: ଜାତୀୟ

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପରକୁ ଆଉ ଏକ ଲେଟର ବମ, ଏବେ ପଲିଗ୍ରାଫ ଟେଷ୍ଟକୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଆଉ ଏକ ଲେଟର ବମ ସାମ୍ନାକୁ ଆସିଛି । ସୁକେଶ ତାଙ୍କ ଓକିଲ ଅଶୋକ ସିଂଙ୍କ ଜରିଆରେ ଏହାକୁ ଜାରି କରିଛନ୍ତି । ଏଥିରେ ସୁକେଶ ଚନ୍ଦ୍ରଶେଖର ପଲିଗ୍ରାଫ ଟେଷ୍ଟ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଆଉ କହିଛନ୍ତି ମୁଁ ସତ୍ୟେନ୍ଦ୍ର ଜୈନ ଓ କେଜରିୱାଲଙ୍କ ବିରୋଧରେ ଦେଇଥିବା ଅଭିଯୋଗ ଉପରେ ମୋର ପଲିଗ୍ରାଫ ଟେଷ୍ଟ କରିବା ସଜେଶନକୁ ସ୍ୱାଗତ କରୁଛି ।
ଏହାସହ ସୁକେଶ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ସେମାନେ ବି ଏଥିପାଇଁ କଂସେଂଟ ଦିଅନ୍ତୁ ଓ ଏକାଥରେ ୩ ଜଣଙ୍କ ଟେଷ୍ଟ କରାଯାଉ । ଲେଟରରେ ଆହୁରି ମଧ୍ୟ ସୁକେଶ କହିଛନ୍ତି ଏହି ଟେଷ୍ଟର ଲାଇଭ୍ ଟେଲିକାଷ୍ଟ କରାଯିବା ଉଚିତ, ତାହେଲେ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ସତ ଦେଶ ସାମ୍ନାରେ ଉଜାଗର ହେବ ।

Share