ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ସପ୍ତମ ରାଉଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ନିଲାମ ହୋଇଥିବା ତିନୋଟି କୋଇଲା ଖଣି ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଚୁକ୍ତିନାମା ହୋଇଥିବା ଖଣିଗୁଡ଼ିକ ମଧ୍ୟରେ ମାଖାକାଟା କୋଇଲା ଖଣି, କୁଡନାଲି ଲୁବ୍ରି କୋଇଲା ଖଣି ଏବଂ ସାହିଗୋପାଳ-ବି କାକୁଡି କୋଇଲା ଖଣି ରହିଛି। ବିଡରମାନେ ହେଉଛନ୍ତି ଯଥାକ୍ରମେ ଏନଏଲସି ଇଣ୍ଡିଆ ଲିମିଟେଡ, ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ ଲିମିଟେଡ ଏବଂ ତାମିଲନାଡୁ ଜେନେରେସନ ଆଣ୍ଡ ଡିଷ୍ଟ୍ରିବୁଶନ ନିଗମ ଲିମିଟେଡ୍ । ଏହି ତିନୋଟି ଖଣିରୁ ବାଣିଜି୍ୟକ ନିଲାମ ଅଧୀନରେ ଆନୁମାନିକ ବାର୍ଷିକ ରାଜସ୍ବ ଉତ୍ପାଦନ ହେଉଛି ପ୍ରାୟ ୨,୯୯୧.୨୦ କୋଟି ଟଙ୍କା, ପ୍ରାୟ ୩୦.୦୦ ଏମଟିପିଏ। ସର୍ବୋଚ୍ଚ ହାର କ୍ଷମତା ଉତ୍ପାଦନ ଉପରେ ଆଧାର କରି ଏହି ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୪୦,୫୬୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତିି ସୃଷ୍ଟି ହେବ। ଏଥିସହ ଏହି କୋଇଲା ଖଣିଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାୟ ୪,୫୦୦ କୋଟି ଟଙ୍କା ବିନିଯୋଗ ବିନିଯୋଗ କରାଯିବ।