Categories: ଜାତୀୟ

ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଦେଶ

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି କଳାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କଲାମ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଦେଶ ତାଙ୍କର ଅବଦାନକୁ ସବୁବେଳେ ମନେ ରଖିବ। ତାଙ୍କର ଜୀବନଶୈଳୀ ପ୍ରେରଣାର ଉତ୍ସ ହୋଇ ରହିଥିବ ବୋଲି ମୋଦି କହିଛନ୍ତି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରକାଶ ଜାଭେଡ୍‌କର ପ୍ରମୁଖ କଲାମଙ୍କ ସ୍ମୃତି ଚାରଣ କରିଛନ୍ତି। ୧୯୩୧ ଅକ୍ଟୋବର ୧୫ରେ କଲାମ ତାମିଲନାଡୁର ରାମେଶ୍ୱରମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ୮୩ ବର୍ଷ ବୟସରେ ୨୦୧୫ ଜୁଲାଇ ୨୭ରେ ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିଲା।

Share