Categories: ଜାତୀୟ

କରୋନା ପାଇଁ ବାତିଲ ହେବନି ବିହାର ନିର୍ବାଚନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୮: ବିହାରରେ ଆଗକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କରୋନା ମାହାମାରୀ ନିର୍ବାଚନ ବନ୍ଦ କରିବାର ଏକ ଯୁକ୍ତିଯୁକ୍ତ କାରଣ ନୁହେଁ। ତେବେ ନିର୍ବାଚନ କମିଶନ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ନିର୍ବାଚନ କରାଯିବ ବୋଲି କୋର୍ଟ କହିଛନ୍ତି। ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କଠାରୁ କୌଣସି ନୋଟିଫିକେଶ ଜାରି କରାଯାଇ ନ ଥିବା ବେଳେ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଦର୍ଶାଯାଇଛି। ଆଦେନକାରୀ ଅବିନାଶ ଠାକୁରଙ୍କୁ କୋର୍ଟ କହିଛନ୍ତି ନିର୍ବାଚନ ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ କରୋନା ମହାମାରୀ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନିର୍ବାଚନ କରାଯିବ। ସୂଚନାଯୋଗ୍ୟ, ବିହାର ନିର୍ବାଚନ ଆସନ୍ତା ନଭେମ୍ବରରେ ହେବାର ଯାଜନା ରହିଛି।

Share