Categories: ଜାତୀୟ

ତେଲଙ୍ଗାନା କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୨ନେତା

ହାଇଦ୍ରାବାଦ,୧୯।୧୨: ତେଲଙ୍ଗାନା କଂଗ୍ରେସରେ ଗୋଷ୍ଠୀବିବାଦ ସୋମବାର ତୀବ୍ର ରୂପ ଧାରଣ କରିଛି। ନିଜକୁ ମୂଳ କଂଗ୍ରେସ ବୋଲି ଦାବି କରୁଥିବା କେତେଜଣ ନେତା ୫ ବର୍ଷ ପୂର୍ବେ ଟିଡିପି ଛାଡ଼ି ଏହି ଦଳରେ ସାମିଲ ହୋଇଥିବା ନେତାଙ୍କୁ ବହିରାଗତ କହି ବିରୋଧ କରି ଆସୁଥିଲେ। ଦୀର୍ଘଦିନ ହେଲା ଏହି ବିରୋଧ ଲାଗିରହିଥିବା ବେଳେ ସୋମବାର ୧୨ ଜଣ ନେତା ରାଜ୍ୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୨ଜଣ ନେତା ସେମାନଙ୍କ ମିଳିତ ଇସ୍ତଫାପତ୍ର ଏଆଇସିସି ରାଜ୍ୟ ପ୍ରଭାରୀ ମନିକାମ୍‌ ଟାଗୋରଙ୍କ ନିକଟକୁ ପଠାଇଦେଇଛନ୍ତି। ଅନୁଗତଙ୍କୁ ଅଣଦେଖା କରି ବହିରାଗତମାନଙ୍କୁ ଦଳରେ ବିଭିନ୍ନ ପଦପଦବୀରେ ରଖାଯାଉଥିବା ନେଇ ବରିଷ୍ଠ ନେତା ଏନ୍‌. ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟି ବିକ୍ରମର୍କା ଆପତ୍ତି ଉଠାଇଥିଲେ।

Share