ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ: ବଦଳିଲେ ଦାରିଙ୍ଗବାଡ଼ି ବିଡିଓ, ଆସିଲେ…

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ରାଜ୍ୟରେ ଗତ ଦୁଇଦିନ ହେଲା ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବଦଳି ତାଲିକାରେ ଦାରିଙ୍ଗବାଡ଼ିକୁ ନୂତନ ବିଡିଓ ଭାବେ ପ୍ରୀତିରଞ୍ଜନ ରଥଙ୍କୁ ବଦଳି କରାଯାଇଛି। ସେ ନବରଙ୍ଗପୁର ଜିଲା ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଦାରିଙ୍ଗବାଡ଼ିକୁ ବଦଳି ହୋଇ ଆସିଛନ୍ତି। ତେବେ ଏଠାରେ କାର୍ଯ୍ୟରତ ବିଡିଓ ଗଦାଧର ପାତ୍ରଙ୍କ ଅନ୍ୟତ୍ର ବଦଳି ହୋଇଛି। ଗଦାଧର ଗତ ନଭେମ୍ବର ୨ରେ ଦାରିଙ୍ଗବାଡ଼ିରେ ନୂଆ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିବାବେଳେ ସେ ୨୦୨୨ ସେପ୍ଟେମ୍ବର ୩୦ରେ ପଦୋନ୍ନତି ପାଇଁ ସିନିୟର ବ୍ରାଞ୍ଚ ହୋଇଥିଲେ ସୁଦ୍ଧା ଏଠାରେ ଦକ୍ଷତାର ସହ କାର୍ଯ୍ୟ କରିଆସିଥିଲେ। ସେ ୨ଥର ଶୀତ ମହୋତ୍ସବ ପାଳନ କରି ଲୋକଙ୍କ ହୃଦୟ ଜିତିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ବିଶେଷ କରି ଅପହଞ୍ଚ ରୁଦ୍ଧିମାଳ, ଡୁଲୁରୀ, ହିଲଭିୟୁ, ଲଭର୍ସ ପଏଣ୍ଟ ଆଦିର ବିକାଶ କରିବା ସହ ପୂର୍ବତନ ସରକାର ସମୟରେ ସ୍ମାର୍ଟ ସ୍କୁଲର ରୂପାନ୍ତକରଣଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା ପରିଚାଳନା ଆଦିରେ ସଫଳତାର ସହ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ତାଙ୍କର ଦାରିଙ୍ଗବାଡ଼ି ଏକ ଅଭୁଲା ସ୍ମୃତି ପୁସ୍ତକ ଲୋକପ୍ରିୟ ଆଣିଥିବା ବେଳେ ଏଇ ଆମ ଦାରିଙ୍ଗବାଡ଼ି ଭଳି ସୁନ୍ଦର ସଙ୍ଗୀତ ତିଆରି କରି ସେ ଉଚ୍ଚ ପ୍ରଂଶନୀୟ ହୋଇଛନ୍ତି। ତାଙ୍କ ବଦଳିରେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି।

Share