ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ ଦରୟା ଦୁଗିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛିଇ । ମିଳିଥିବା ସୂଚନା ଅନୁଯାୟୀ, ଆଲେକଜ୍ୟାଣ୍ଡର ଥିଲେ ଟାର୍ଗେଟରେ । ଏହି ବିସ୍ଫୋରଣ ମସ୍କୋ ନିକଟରେ ହୋଇଛି । କୁହାଯାଉଛି କି ଯେଉଁ କାରରେ ଆଲେକଜାଣ୍ଡର ଯିବାର ଥିଲା ହେଲେ ହଠାତ ଆଲେକଜ୍ୟାଣ୍ଡର ସେହି କାରରେ ନ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ଝିଅ ଦରିୟା ଦୁଗିନ ସେହି କାରରେ ବସି ଯାଇଥିଲେ ।
କୁହାଯାଏ ଆଲେକଜ୍ୟାଣ୍ଡର ଦୁଗିନ ରୁଷିଆ ରାଷ୍ଟ୍ରପତିଙ୍କ ଅତି ନିକଟତମ । ସେ ପୁଟିନଙ୍କ ବ୍ରେନ ଭାବେ ବେଶ ଜଣାଶୁଣା । କୁହାଯାଉଛି କି ଆଲେକଜ୍ୟାଣ୍ଡରଙ୍କୁ ହତ୍ୟା କରାଯିବାକୁ ଯୋଜନା କରାଯାଉଛି ।