Categories: ଜାତୀୟ

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ଏହି ଘଟଣାର ଧୀରେ ଧୀରେ ପର୍ଦ୍ଦାଫାଶ ହୋଇଛି। ପ୍ରିୟା ନାମକ ୨୫ ବର୍ଷୀୟା ଯୁବତୀ ପରିବାରର ୧୧ ଜଣଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ମାରିଦେଇଛନ୍ତି। ପୋଲିସ ମୃତଦେହ ନିକଟରୁ ବିଷ ବୋତଲ ଏବଂ ଇଞ୍ଜେକସନ ସିରିଞ୍ଜ ଜବତ କରିଛି। ସୂଚନାଯୋଗ୍ୟ, ମୃତକଙ୍କ ପରିବାର ସଦସ୍ୟ ରାମ ଏବଂ ତାଙ୍କ ଭାଇ ରବି ଗୋଟିଏ ପରିବାରରେ ବିବାହ କରିଥିଲେ। ରାମଙ୍କ ୪ ଭଉଣୀ ଥିଲେ। ଦୁଇ ଭଉଣୀ ରାମ ବିବାହ କରିଥିବା ପରିବାରରେ ବିବାହ କରିଥିଲେ। ଆଉ ଦୁଇ ଭଉଣୀ ଲକ୍ଷ୍ମୀ ଏବଂ ପ୍ରିୟା ପାକିସ୍ତାନରୁ ନର୍ସଂ କୋର୍ସ କରି ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭଉଣୀଙ୍କ ଘର ପାଖରେ ବିବାହ କରି ରହୁଥିଲେ। ଏହି ସମୟରେ ଉଭୟ ପରିବାର ମଧ୍ୟରେ ଝଗଡା ଲାଗି ରହୁଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରିୟା ପରିବାର ସଦସ୍ୟଙ୍କୁ ପ୍ରଥମେ ନିଦ ବଟିକା ଦେଇ ଶୁଆଇଦେଇଥିଲେ ପରେ ବିଷ ଇଞ୍ଜେକସନ ଦେଇଥିଲେ। ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବିଲକୁ ଯାଇଥିବାରୁ ବର୍ତ୍ତି ଯାଇଥିଲେ। ସେ ବିଲରୁ ଫେରିବା ପରେ ଘର ଲୋକଙ୍କୁ ମୃତ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ, ତାନ୍ତ୍ରିକ ସନ୍ଦେହରେ ପରିବାର ଲୋକଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରିଛି।

Share