ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍ କଲରର ପୋଲ୍କା ଡଟ୍ ଜମ୍ପ୍ଶୁଟ୍ରେ ନଜର ଆସିଛନ୍ତି। ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ଜଣେ ଜୁରି ସଦସ୍ୟ ଭାବରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ସେ ତାଙ୍କର କିଛି ନୂଆ ଫଟୋ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକ ଜରିଆରେ ସେ କାନ୍ସର ଶେଷ ଲୁକ୍ ଶେୟାର କରିଛନ୍ତି।ଦୀପିକା ଏହି ଶୁଟ୍ ସହିତ ମ୍ୟାଚ୍ କରି ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ସେ ଏକ ଧଳା ହିଲ୍ ସହିତ ଲୁକ୍କୁ ପୂର୍ଣ୍ଣ ରୂପ ଦେଇଛନ୍ତି।
ଦୀପିକା ଭିନ୍ନ ଭିନ୍ନ ପୋଜ୍ରେ ନଜର ଆସିଛନ୍ତି। ଏକ ଫଟୋରେ ସେ ହସୁଥିବା ଦେଖିବାକୁ ମିଳିଛି। ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି ଲୁଇ ଭ୍ୟୁଟନ୍ସର ଭାରତୀୟ ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ମନୋନୀତ ହୋଇଛନ୍ତି।