ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି ରାଜ୍ୟରେ ଟ୍ୟାକ୍ସ କମିବା ଏବଂ ବଢ଼ିବା ଯୋଗୁ କିଛି ପ୍ରମୁଖ ସହରରେ ତୈଳ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୯୪.୭୨ ଟଙ୍କା ଥିବା ବେଳେ ଡିଜେଲର ମୂଲ୍ୟ ୮୭.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦାମ ୧୦୩.୯୪ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୮୯.୯୭ ଟଙ୍କା ରହିଛି। ସେହିଭଳି କୋଲକାତାରେ ଏହି ଦର ଯଥାକ୍ରମେ ୧୦୩.୯୪, ୯୦.୭୬ ଟଙ୍କା ରହିଛି। ଚେନ୍ନାଇରେ ୧୦୦.୮୫- ୯୨.୪୪ ଟଙ୍କା, ବେଙ୍ଗାଲୁରୁରେ ୧୦୨.୮୬-୮୮.୯୪ ଟଙ୍କା,ଲକ୍ଷ୍ନୌରେ ୯୪.୬୫ -୮୭.୭୬ ଟଙ୍କା,ନୋଏଡାରେ ୯୪.୬୬-୮୭.୭୬ ଟଙ୍କା, ଗୁରୁଗ୍ରାମରେ ୯୪.୯୮-୮୭.୮୫ ଟଙ୍କା, ଚଣ୍ଡିଗଡ଼ରେ ୯୪.୨୪-୮୨.୪୦ ଟଙ୍କା, ପାଟନାରେ ୧୦୫.୪୨-୯୨.୨୭ ଟଙ୍କା ରହିଛି।
ତେବେ ରାଜଧାନୀ ଭୁବନେଶ୍ୱର କଥା ଦେଖିଲେ ରବିବାର ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦.୮୯ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୯୨.୪୭ ହୋଇଛି। ଶନିବାର ଅର୍ଥାତ ଜୁଲାଇ ୨୦ରେ ପେଟ୍ରୋଲ-ଡିଜେଲ ଦର ଲିଟର ପ୍ରତି ୧୦୦.୯୭ ଟଙ୍କା ଏବଂ ଡିଜେଲ ମୂଲ୍ୟ ୯୨.୫୫ ଟଙ୍କା ରହିଥିଲା।
ଘରେ ବସି ଆପଣ ଜାଣିପାରିବେ ଦାମ୍:
ଆପଣ ନିଜ ସହରର ପେଟ୍ରୋଲ-ଡିଜେଲ ଦର ବିଷୟରେ ଜାଣିବାକୁ ଚାହୁଁଥିଲେ ତୈଳ କମ୍ପାନୀଗୁଡ଼ିକର ଓ୍ବେବ୍ସାଇଟ୍କୁ ଯାଇପାରିବେ। ନଚେତ ନିଜ ଫୋନ୍ରୁ ଏକ ଏସ୍ଏମ୍ଏସ୍ ପଠାଇବାକୁ ହେବ। ଯଦି ଆପଣ ଇଣ୍ଡିଆନ ଅଏଲର ଗ୍ରାହକ ତେବେ ଆର୍ଏସ୍ପି ସହ ସହରର କୋର୍ଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ, ବିପିସିଏଲ୍ ଗ୍ରାହକ ହୋଇଥିଲେ ଆର୍ଏସ୍ପି ଲେଖି ୯୨୨୩୧୧୨୨୨୨ ନମ୍ବରରେ ଏସ୍ଏମ୍ଏସ୍ ପଠାଇପାରିବେ।