ଡୋନେଟସ୍କ-ଲୁହାନସ୍କ ହେବ ରୁଷିଆରେ ସାମିଲ, ପୁଟିନ କରାଇବେ ଭୋଟିଂ…

ମସ୍କୋ, ୨୦।୯ : ୟୁକ୍ରେନର ଦୁଇଟି ସହର – ଡୋନେଟସ୍କ ଏବଂ ଲୁହାନସ୍କ ରୁଷିଆରେ ସାମିଲ ହେବ। ଏଥିପାଇଁ ଭୋଟିଂ ଶୁକ୍ରବାର ଠାରୁ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ କହିଥିଲେ ଯେ ୟୁକ୍ରେନର ଏହି ଦୁଇଟି ସହରକୁ ସ୍ବାଧୀନ ଅଞ୍ଚଳ ଭାବରେ ମାନ୍ୟତା ଦିଆଯିବ।

ପୂର୍ବ ୟୁକ୍ରେନରେ ରୁଷିଆର ସୀମାବର୍ତ୍ତୀ ଡୋନେଟସ୍କକୁ ଏକଦା ୟୁକ୍ରେନର ବୃହତ୍ତମ ଶିଳ୍ପାଞ୍ଚଳ ଭାବରେ ଗଣାଯାଉଥିଲା। ଏହା ଡୋନାବାସ ରାଜ୍ୟର ମୁଖ୍ୟ ସହର, ଯେଉଁଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖଣି ଅଛି । ଏହି ସହର ହେଉଛି ୟୁକ୍ରେନର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର। ଏଠାରେ ଜନସଂଖ୍ୟା ପ୍ରାୟ ୨୦ ଲକ୍ଷ । ଏଥି ସହିତ, ଲୁହାନସ୍କ, ପୂର୍ବରୁ ଭୋରୋସିଲୋଭଗ୍ରାଡ ଭାବରେ ଜଣାଶୁଣା, ୟୁକ୍ରେନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୋଇଲା ଭଣ୍ଡାର।ଏହି ସହର ମଧ୍ୟ ଡୋନାବାସ ସ ଅଞ୍ଚଳର ଏକ ଅଂଶ ଏବଂ ରୁଷିଆ ସୀମାକୁ ଲାଗିଛି। ଏହି ସହରର ଉତ୍ତର ଭାଗ କୃଷ୍ଠ ସାଗରକୂ ଲାଗିଛି।

Share