ମାଲକାନଗିରି,୧।୫(ଡି.ଏନ୍.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦ ଜଣଙ୍କୁ ପଡ଼ିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କେତେକ ଘରେ ରହି ଚିକିତ୍ସିତ ହେଉଥିବା ବେଳ ଆଉ କେତେକ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବରିପାଇ ମେଡିକାଲ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ନେଉଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଗୁରୁତରମାନେ କୁର୍ତ୍ତି ହାଟରେ ଲସି ପିଇଥିଲେ। ପରେ ରାତିରେ ଅସୁସ୍ଥ ହୋଇପଡିଲେ। ପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ