Categories: ଜାତୀୟ

ଘଣ୍ଟାକ ଭିତରେ ୨ ଥର ଥରି ଉଠିଲା ଜମ୍ମୁ-କଶ୍ମୀର

ଜମ୍ମୁ,୨୫ ।୮: ଜମ୍ମୁ-କଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଗାଟିଏ ପରେ ଗୋଟିଏ ଲଗାତାର ୨ଟି ଭୂକମ୍ପ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଓ କିଶତୱାଡ ଜିଲାରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧ । ହେଲେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।
ସୂଚନା ମୁତାବକ, ବୁଧବାର ରାତିରେ ସବୁକିଛି ଠିକଠାକ ଥିଲା । ଲୋକେ ଗାଢ ନିଦରେ ଶୋଇଥିଲେ । ହଠାତ୍ ଭୂକମ୍ପ ଅନୁଭୁତ ହେବାରୁ ଲୋକେ ଭୟଭୀତ ହୋଇଯାଇଥିଲେ । ଏକ ଘଣ୍ଟା ମଧ୍ୟରେ ୨ଥର କମ୍ପନ ସୃଷ୍ଟି ହୋଇଥିଲା । ପ୍ରଥମଟି ୧୧ଟା ୪ମିନିଟରେ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ଥିଲା ବୋଲି କୁହାଯାଉଛି । ଏକ ଘଣ୍ଟା ମଧ୍ୟରେ ଅର୍ଥାତ୍ ରାତି ପ୍ରାୟ ୧୧ଟା ୫୨ରେ ଦ୍ୱିତୀୟ ଭୂକମ୍ପଟି ଅନୁଭୁତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧ ।

Share