ଭୋପାଳ,୧।୧୧: ମଧ୍ୟପ୍ରଦେଶର ଜବଲପୁରରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୮.୪୭ରେ ହୋଇଥିବା ଏହି ଭୂକମ୍ପ ସାମାନ୍ୟ ଥିଲା ଏବଂ ଏଥିରେ ଜୀବନ ହାନି କିମ୍ବା କୌଣସି ଆହତ ହେବାର ମିଳିନାହିଁ। ଭୂକମ୍ପରେ କମ୍ପନ ଖବର ପାଇବା ପରେ ପ୍ରଶାସନ ମଧ୍ୟ ସତର୍କ ହୋଇଯାଇଥିଲା।
ସୂଚନାନୁସାରେ, ଜବଲପୁରଠାରୁ ୩୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୩ ମାପ କରାଯାଇଥିଲା। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଡିଣ୍ଡୋରି, ମଣ୍ଡେଲା, ଜବଲପୁର, ବାଲାଘାଟ, ଅନୁପପୁର, ଉମାରିଆରେ ଏସଡିଆରଏଫ୍କୁ ସତର୍କ କରାଯାଇଛି।