Categories: ଜାତୀୟ

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୧: ଜମ୍ମୁ କଶ୍ମୀରରେ ଗୁରୁବାର ଦିନ ୧୨.୦୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ରେ ମାପ କରାଯାଇଥିଲା। ଜମ୍ମୁ କଶ୍ମୀରର କିଶ୍ଟୱର ଏବଂ ଡୋଡା ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।
ବର୍ତ୍ତମାନ ସୁଦ୍ଧା, ଭୂକମ୍ପ ଦ୍ୱାରା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କ ରିପୋର୍ଟ ନାହିଁ। କିଛି ସେକେଣ୍ଡ ପାଇଁ ଆସିଥିବା କମ୍ପନ ଯୋଗୁ ଲୋକମାନେ ଅନେକ ଅଞ୍ଚଳରେ ନିଜ ଘରୁ ବାହାରି ଆସିଥିଲେ। ୪୦ ଦିନ ପୂର୍ବେ ଜମ୍ମୁ, ରାଜୋରି, ପୁଞ୍ଚ, କାଥୁଆ, ଶ୍ରୀନଗର ଇତ୍ୟାଦି ଜିଲାରେ ଭୂକମ୍ପ ଅନୁଭୂତ ହୋଇଥିଲା।

Share