ସ୍ବାଭାବିକ ହେବ ଅର୍ଥନୀତି: ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୧୨।୧୧: କରୋନା ମହାମାରୀରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍‌ ଘୋଷଣା ଜାରି ରହିଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅଥିନୀତିକୁ ସ୍ବାଭାବିକ କରିବା ଲାଗି ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ୧୨ଟି ଭିନ୍ନ ଭିନ୍ନ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏଥିରେ ରୋଜଗାର ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦ୍ୱାରା ଦେଶର ଆର୍ଥିକ ସ୍ଥିତିରେ ବେଶ୍‌ ସୁଧାର ଆସିପାରିବ ବୋଲି ସେ କହିଛନ୍ତି।

Share