Categories: ଜାତୀୟ

ମନୀଷ ସିସୋଡିଆଙ୍କ ଅଡୁଆ ଆହୁରି ବଢ଼ିଲା: ମନିଂ ଲଣ୍ଡରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ,୨୩।୮: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆଙ୍କ ଅଡ଼ୁଆ। ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ହୋଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି ଘଟଣାରେ ସିବିଆଇ ମାମଲା ରୁଜୁ କରି ସିସୋଦିଆଙ୍କ ଘରେ ରେଡ୍‌ କରି ସାରିଛି। ଏବେ ଇଡି ମାମଲା ରୁଜୁ କରିଥିବାରୁ ଖୁବଶୀଘ୍ର ସିସୋଦିଆଙ୍କ ଘର ଓ ଅଫିସରେ ଚଢ଼ାଉ ହୋଇପାରେ।

ପ୍ରକାଶ ଯେ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବାର ୮ ମାସ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ହେଲେ ଏହାଦ୍ୱାରା ପ୍ରାୟ ୧୪୪ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି, ଯାହାକୁ ଆଧାର କରି ଗତ ସପ୍ତାହରେ ସିବିଆଇ ସିସୋଦିଆଙ୍କ ସମେତ ଘଟଣାର ବାକି ୧୪ ଜଣ ଅଭିଯୁକ୍ତଙ୍କ ୩୧ଟି ସ୍ଥାନରେ ଚଢ଼ାଉ କରିଥିଲା।

Share