ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧%ରୁ ଅଧିକ ବୃଦ୍ଧି ଘଟିଛି। ବିଶେଷକରି ଶୁକ୍ରବାର ବଜାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୩୦୩ (୩୦୩.୧୫) ପଏଣ୍ଟ ବଢ଼ି ୬୦,୨୬୧ (୬୦,୨୬୧.୧୮) ଅଙ୍କରେ ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୯୮ (୯୮.୪୦) ପଏଣ୍ଟ ବୃଦ୍ଧି ଘଟି ୧୭,୯୫୭ (୧୭,୯୫୬.୬୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡିଛି।