Categories: ଜାତୀୟ

ଆଉ ନିଦରୁ ଉଠିବେନି ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରାୟାନ ୩ ମିଶନ ଶେଷ ହେବା ନେଇ ସଙ୍କେତ ଦେଲେ ପୂର୍ବତନ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୭।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସଆରଓ)ର ପୂର୍ବତନ ଚେୟାରମ୍ୟାନ ଏସ କିରଣ କୁମାର କହିଛନ୍ତ, ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହେବାର କୌଣସି ଆଶା ଦେଖାଯାଉ ନାହିଁ। ତେବେ ଅନୁମାନ କରାଯାଉଛି କି, ସେ ଚନ୍ଦ୍ରାୟାନ ୩ର ମିଶନ ଶେଷ ହେବା ନେଇ ସଙ୍କେତ ଦେଇଛନ୍ତି।

ଏହି ମିଶନରେ ସକ୍ରିୟ ଭାବେ ଜଡିତ ଥିବା ସ୍ପେସ କମିଶନ ସଦସ୍ୟ କୁମାର କହିଛନ୍ତ, ଯଦି ବିକ୍ରମ କିମ୍ବା ପ୍ରଜ୍ଞାନକୁ ଯୋଗାଯୋଗ କରିବା ସମ୍ଭବ ହୋଇଥା’ନ୍ତା ତେବେ ତାହା କେବେଠାରୁ ହୋଇସାରନ୍ତାଣି। ବର୍ତ୍ତମାନ ତାଙ୍କର ପୁନଃ ସକ୍ରିୟ ହେବାର କୌଣସି ସମ୍ଭାବନା ନାହିଁ ।

Share