କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୩।୮: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ମୂତ୍ର ସଂକ୍ରମଣ ଲାଗି ଗତ ଅଗଷ୍ଟ ୩ରେ ୭୨ ବର୍ଷୀୟ ସିଦ୍ଦରମେୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେ ହସ୍ପିଟାଲରେ ରହି ଚିକିତ୍ସତ ହେଉଥିଲେ। କିନ୍ତୁ ଗୁରୁବାର ତାଙ୍କ କରୋନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି ବୋଲି ସିଦ୍ଦରମେୟାଙ୍କ ଅଫିସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତେବେ ଘରେ ଆହୁରି ଗୋଟିଏ ସପ୍ତାହ କ୍ୱାରାଣ୍ଟାଇନରେ ରହିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ସିଦ୍ଦରମେୟାଙ୍କ ପୁଅ ତଥା ବିଧାୟକ ଯତୀନ୍ଦ୍ରଙ୍କୁ ମଧ୍ୟ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିବା ଜଣାପଡ଼ିଛି। ଯତୀନ୍ଦ୍ର ମଧ୍ୟ ଗତ ଅଗଷ୍ଟ ୭ରେ କରୋନା ଆକ୍ରାନ୍ତ ହୋଇଥିଲେ।

Share