ଭୁବନେଶ୍ୱର,୨୧।୭(ବ୍ୟୁରୋ): ମହାମାରୀ କରୋନା ଯୋଗୁ ପ୍ରଭାବିତ ହୋଇଛି ଗରିବ ଲୋକଙ୍କ ଜୀବନ ଆଉ ଜୀବିକା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ପାଇଁ ୫ ମାସ ଲାଗି ମାଗଣାରେ ଡାଲି, ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଲୋକଙ୍କୁ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋ ଲେଖାଏ ଚାଉଳ ୫ ମାସ ଧରି ମାଗଣା ପାଇବେ। ଏହାସହ ପ୍ରତିମାସରେ ପରିବାର ପିଛା ୧ କିଲୋ ଡାଲି ମଧ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।