ଉମରିୟା, ୯।୮: ମଧ୍ୟପ୍ରଦେଶ ଉମରିୟା ଜିଲାରେ ଜଣେ ଯୁବତୀଙ୍କୁ ଆପ୍ ଡାଉନ୍ ଲୋଡ୍ କରିବା ମହଙ୍ଗା ପଡ଼ିଛି। ଆପ୍ ଡାଉନ୍ ଲୋଡ୍ କରିବା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଯାଇଛି। ଏହି ଘଟଣାଟି କୋତାବଳୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି। ସ୍ବାତୀ ଗୌତମ ନାମକ ଜଣେ ଯୁବତୀଙ୍କ ମୋବାଇଲକୁ ଏକ ଆପ୍ ଡାଉନ୍ଲୋଡ୍ ଲାଗି ନୋଟିଫିକେଶସନ ଆସିଥିଲା। ଏହାପରେ ସ୍ବାତୀ କ୍ଲିକ୍ କରି ଯେଉଁ ସବୁ ତଥ୍ୟ ମାଗିଥିଲା ସେହି ଅନୁଯାୟୀ ପୂରଣ କରିଚାଲିଥିଲେ। ଏହି ଅବସରରେ ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ ଦସ୍ତାବିଜ ମଧ୍ୟ ସ୍ବାତୀ ପ୍ରଦାନ କରି ଦେଇଥିଲେ। ଯେତେବେଳେ ସେ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ ତତ୍କ୍ଷଣାତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷରୁ ଅଧିକ ଟଙ୍କା କଟିଯାଇଥିଲା। ଏହାପରେ ସ୍ବାତୀ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି କି, ୯ ଜୁଲାଇରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୨୪ ଲକ୍ଷ ୪୬ ହଜାର ୮୦୦ ଟଙ୍କା କଟିଯାଇଛି। ସାଇବର ସେଲ୍ ସହାୟତାରେ ପୋଲିସ ଅଜ୍ଞାତ ଅପରାଧିଙ୍କ ନିକଟରେ ପହଞ୍ଚତ୍ବାକୁ ପ୍ରୟାସ ଚଳାଇଛି।