Categories: ଜାତୀୟ

୬୭ ପର୍ନ ଓ୍ବେବ୍‌ସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ୬୭ଟି ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବାକୁ ଇଣ୍ଟରନେଟ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାରି କରାଯାଇଥିବା ନୂଆ ଆଇଟି ନିୟମକୁ ଉଲ୍ଲଂଘନ ଓ କୋର୍ଟ ରାୟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଣେ ସ୍ଥିତ ଏକ କୋର୍ଟ ରାୟ ପରେ ଟେଲିକମ୍‌ ବିଭାଗ ପକ୍ଷରୁ ସର୍ଭିସ୍‌ ପ୍ରୋଭାଇଡର୍ସଙ୍କୁ ଏକ ଇ-ମେଲ୍‌ ପଠାଯାଇଛି। ଏଥିରେ ୬୩ ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବା ପାଇଁ କୁହାଯାଇଛି। ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଅନ୍ୟ ୪ଟି ଓ୍ବେବ୍‌ସାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। ପ୍ରକାଶ ଯେ, ୨୦୨୧ରେ କେନ୍ଦ୍ର ସରକାର ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଏଥିକ୍ସ) ରୁଲ୍ସ ଆଣିଥିଲେ। ମହିଳାମାନଙ୍କ ଛବି ଖରାପ କରୁଥିବା ଭଳି ଉଲଗ୍ନ ଓ ଯୌନକ୍ରିୟାର ଦୃଶ୍ୟ ପ୍ରଦର୍ଶନକାରୀ ଓ୍ବେବ୍‌ସାଇଟ୍‌ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏଥିରେ ନିୟମ ରହିଛି।

Share