ମୁମ୍ବାଇ, ୧୭।୯ : ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ଏବଂ ଶିବସେନାକୁ ଟାର୍ଗେଟ କରି କହିଛନ୍ତି ଏହି ପ୍ରକଳ୍ପ ଗୁଜରାଟକୁ ସ୍ଥାନାନ୍ତର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ଥରତା ଦାୟୀ। ଯେତେବେଳେ ଆମେ ସରକାର ଗଠନ କଲୁ ଗୁଜରାଟରେ ଏହି ପ୍ରକଳ୍ପ ସ୍ଥାପନ କରିବାର ନିଷ୍ପତ୍ତି ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା। ଅର୍ଥାତ୍ ଗୁଜୁରାଟ ସହିତ ଏହି ଡିଲ ନିଶ୍ଚିତ ହୋଇ ସାରିଥିଲା।
ଫଡନାଭିସ କହିଛନ୍ତି ଯେ ଗୁଜରାଟ ପାକିସ୍ତାନ ନୁହେଁ। ଆମେ ଉଭୟ ରାଜ୍ୟ ଭାଇ-ଭାଇ। ସମସ୍ତ ରାଜ୍ୟ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଅଛି। ଆମେ ଶୀଘ୍ର ଗୁଜରାଟ, କର୍ନାଟକ, ସମସ୍ତଙ୍କୁ ଅତିକ୍ରମ କରିବୁ। ଏମଭିଏ ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଆପଣଙ୍କ ଶାସନ କାଳରେ ଆମେ ପଡୋଶୀ ରାଜ୍ୟଠାରୁ ପଛରେ ରହିଥିଲୁ।